ସଙ୍ଗରୋଧ କେନ୍ଦ୍ରରେ ପାଣି ସମସ୍ୟା କୁ ନେଇ ଉତ୍ତେଜନା, ସୋସିଆଲ ମିଡିଆରେ ଭିଡିଓ ଭାଇରଲ, ପ୍ରଶାସନ ବେଫିକର

ତୁମୁଡ଼ିବନ୍ଧ: ପ୍ରବାସୀ ଓଡ଼ିଆ ମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ଉପଯୁକ୍ତ ସୁବିଧା ସୁଯୋଗ ଦିଆ ଯିବାକୁ ସରକାର ନିୟମ ପ୍ରଣୟନ କରିଛନ୍ତି। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକର କିଛି ସଂଘରୋଧ କେନ୍ଦ୍ରରେ ଅବ୍ୟବସ୍ଥା ଥିବା ପ୍ରବାସୀ ଓଡ଼ିଆ ମାନେ ଭିଡିଓ ମାଧ୍ୟମରେ ଅଭିଯୋଗ କରିଛନ୍ତି। ଉକ୍ତ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଥିବା ଦେଖିବାକୁ ମିଳିଛି। ତୁମୁଡ଼ିବନ୍ଧ ବ୍ଲକ ର ଓଡିଶା ଆଦର୍ଶ ବିଦ୍ୟାଳୟ ରେ ପାଣି ସମସ୍ୟା ଦୀର୍ଘ ଦିନ ହେଲା ସମସ୍ୟା ଲାଗିରହିଥିବା ବେଳେ ସମାଧାନ ହେଉନାହିଁ ଗତ ୫ ତାରିଖ ରେ କିଛି ପ୍ରବାସୀ ଓଡ଼ିଆ ଆସି ସେଠାରେ ରହିଥିବା ବେଳେ ବହୁ ଅସୁବିଧା ଶମ୍ବୁଖିନ ହେଉଥିବା ଭିଡିଓ ରେ ଜଣା ପଡୁଛି ସେହିପରି ଜଲେଶପଟ୍ଟା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଭଣ୍ଡାରଙ୍ଗୀ ଓ ମୁଣ୍ଡିଗଡ଼ ପଞ୍ଚାୟତ ର ସଂଘରୋଧ କେନ୍ଦ୍ର ରେ ମଧ୍ୟ ବିଭିନ୍ନ ସମସ୍ୟା ଭିଡିଓ ଭାଇରଲ କରାଯାଇଛି।

ସେହି କେନ୍ଦ୍ରରେ ବିଳମ୍ବରେ ମଧ୍ୟାହ୍ନ ଭୋଜନ ଖାଦ୍ୟ ଦିଆଯାଉଥିବା, ଜଳ ଯୋଗାଣ ଠିକ ଭାବେ କରାଯାଉନଥିବା, ମୁଖ୍ୟ ଫାଟକରେ ପୋଲିସ ଜଗିଆ ନଥିବା ଅଭିଯୋଗ କରି ପ୍ରବାସୀ ଓଡ଼ିଆ ମାନେ ବାରମ୍ବାର କେନ୍ଦ୍ର ର ମୁଖ୍ୟ ଫାଟକ ନିକଟକୁ ଆସି ଉତ୍ତେଜନା କରୁଥିବା ଦେଖିବାକୁ ମିଳିଛି। ସେହିପରି ଜଲେଶପଟ୍ଟା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଥିବା ସଂଘରୋଧ କେନ୍ଦ୍ରରେ ପ୍ରବାସୀ ଓଡିଆ ମାନଙ୍କ ପାଇଁ ବେଡ଼ ନଥିବାରୁ ତଳେ ଶୋଇବାକୁ ବାଧ୍ୟ କରାଯାଉଛି, ଆବଶ୍ୟକ ମୁତାବକ ପାଣି ନଥିବାରୁ ସେଠିକାର ପ୍ରବାସୀ ଓଡିଆ ମାନେ ମଧ୍ୟ ଉତ୍ତେଜନା କରିଥିଲେ। ବାରମ୍ବାର ଅଭିଯୋଗ କଲେ ମଧ୍ୟ ସରକାର ପ୍ରବାସୀ ଓଡ଼ିଆ ମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରି ମୂଖ୍ୟ ଫାଟକ ନିକଟରେ ଆଜି ହୋ ହଲା କରିଥିଲେ ଏ ନେଇ ତୁମୁଡିବନ୍ଧ ବିଡ଼ିଓ ଅଗସ୍ତି ପ୍ରଧାନ ଙ୍କ ମତାମତ ପାଇଁ ଚେଷ୍ଟା କରାଯାଇଥିବା ବେଳେ ସମ୍ଭବ ହୋଇ ନାହିଁ ।

ସମ୍ବନ୍ଧିତ ଖବର