ଜଳସେଚନ ବିଭାଗରେ ବିଚିତ୍ର ସ୍ଥିତି : ସରୁନି ପ୍ରକଳ୍ପ, ଚାରିରୁ ଛଅ ଗୁଣା ବଢ଼ିଲାଣି ଖର୍ଚ୍ଚ

ବରବାଦ ହେଉଛି ହଜାର ହଜାର କୋଟି ଟଙ୍କା

କାହାକୁ ଉତ୍ତରଦାୟୀ କରାଯାଉନି, କେହି ଦୋଷୀ ନୁହଁନ୍ତି
ରେଙ୍ଗାଳି, ସୁବର୍ଣ୍ଣରେଖା, ରେତ, ସୁକତେଲ ସବୁଠି ସମାନ ସ୍ଥିତି

ଭୁବନେଶ୍ବର : ୧୯୯୬-୯୭ ମସିହାରେ ରେଙ୍ଗାଳି ଦକ୍ଷିଣ ଜଳସେଚନ ପ୍ରକଳ୍ପ କେନ୍ଦ୍ରୀୟ ଜଳ ଆୟୋଗର ଅନୁମୋଦନ ଲାଭ କରିଥିଲା। କେନ୍ଦ୍ର ସରକାରଙ୍କ ତ୍ବରିତ ଜଳସେଚନ ଯୋଜନାରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଲାଗି ୧୯୯୮-୯୯ ମସିହାରେ ଯେଉଁ ଖର୍ଚ୍ଚ ଆକଳନ କରାଯାଇଥିଲା, ତାର ପରିମାଣ ଥିଲା ୭୩୮ େକାଟି ୨୭ ଲକ୍ଷ। ଗତ ୨୦ ବର୍ଷ ମଧ୍ୟରେ ପାଖାପାଖି ୩ଗୁଣ ଅର୍ଥ ବିନିଯୋଗ ପରେ ବି ଏହି ପ୍ରକଳ୍ପ େଶଷ ହୋଇପାରୁନାହିଁ।

ଜଳସଂପଦ ବିଭାଗ ତଥ୍ୟ କହୁଛି, ଅକ୍ଟୋବର େଶଷ ସୁଦ୍ଧା ଏହି ପ୍ରକଳ୍ପରେ ୨୧୪୧ େକାଟି ୯ ଲକ୍ଷ ଟଙ୍କା ଖର୍ଚ୍ଚ େହାଇସାରଲାଣି। ଆଜିର ମୂଲ୍ୟରେ ଆହୁରି ୧୨୨୯ େକାଟି ୧୭ ଲକ୍ଷ ଟଙ୍କା ଖର୍ଚ୍ଚ ହେଲେ ଯାଇ ଏହି ପ୍ରକଳ୍ପ େଶଷ ହେବ। ଅଧିକାରୀମାନେ ହିସାବ କରୁଛନ୍ତି, ୨୦୨୨-୨୩ ସୁଦ୍ଧା ଏହି ପ୍ରକଳ୍ପ େଶଷ ହେବ। ଅର୍ଥାତ୍ ରେଙ୍ଗାଳି ଦକ୍ଷିଣ ଜଳସେଚନ ପ୍ରକଳ୍ପର ବ୍ୟୟ ଅଟକଳ ବଢ଼ି ସେତେବେଳକୁ ୩୩୭୦ େକାଟି ୨୬ଲକ୍ଷରେ ପହଞ୍ଚିଥିବ, ଯାହା ମୂଳ ଅଟକଳର ପାଖାପାଖି ସାଢ଼େ ଚାରିଗୁଣ।
ଏବେ ପ୍ରଶ୍ନ ଉଠୁଛି, କାହା ଭୁଲରୁ େଗାଟିଏ େଗାଟିଏ ପ୍ରକଳ୍ପର ମୂଳ ଆକଳନରୁ ଦୁଇରୁ ପାଞ୍ଚଗୁଣ ପର୍ଯ୍ୟନ୍ତ ଅର୍ଥ ଖର୍ଚ୍ଚ େହଉଛି? ଏଥିପାଇଁ ସରକାର, ସଂପୃକ୍ତ ବିଭାଗ, ଜିଲ୍ଲା ପ୍ରଶାସନ ନା ପ୍ରକଳ୍ପ କାର୍ଯ୍ୟାନ୍ବୟନ ପ୍ରକ୍ରିୟାରେ ଥିବା ଅଧିକାରୀମାନଙ୍କୁ ଦାୟୀ କରାଯାଇପାରିବ? ଏ େକ୍ଷତ୍ରରେ ସ୍ଥାନୀୟ େଲାକପ୍ରତିନିଧିମାନଙ୍କ ଇଚ୍ଛାଶକ୍ତିଟି କ’ଣ? ସଂପୃକ୍ତ ଠିକାଦାର -ପ୍ରଶାସନିକ ସଲାସୁତୁରା ନାହିଁ ତ?

ସୁବର୍ଣ୍ଣରେଖା ପ୍ରକଳ୍ପ, େଲାୟର ଇନ୍ଦ୍ର, େରତ, େଲାୟର ସୁକତେଲ ଆଦି କିଛି ପ୍ରକଳ୍ପକୁ ନିେରଖି ଦେଖିଲେ, ସ୍ଥିତି ଆହୁରି ଉତ୍କଟ ଜଣାପଡୁଛି। ଜଣେ ପୂର୍ବତନ ପ୍ରଶାସକଙ୍କର କହିବା କଥା, ଯଦି ଠିକଣା ସମୟରେ ପ୍ରକଳ୍ପ ସରିଥାନ୍ତା ବା ଏ ଦିଗରେ ସରକାର ଯତ୍ନବାନ ହୁଅନ୍ତେ ତେବେ ଅଧିକ ବ୍ୟୟ ଅଟକଳକୁ େରାକାଯାଇପାରନ୍ତା ଓ ହଜାର ହଜାର କୋଟିର ଏହି ବଳକା ଅର୍ଥରେ ରାଜ୍ୟ ସରକାର ଆହୁରି ଅନେକ ପ୍ରକଳ୍ପ ହାତକୁ ନେଇ େଶଷ କରିପାରିଥାନ୍ତେ। ପ୍ରଶାସନିକସ୍ତରରେ ସମନ୍ବୟର ଅଭାବ ଏହି ବିଳମ୍ବିତ କାର୍ଯ୍ୟାନ୍ବୟନ ପାଇଁ ବିଶେଷ ଭାବେ ଦାୟୀ। ରାଜ୍ୟ ସରକାର ପ୍ରକଳ୍ପ ବିଳମ୍ବ ପାଇଁ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ମଧ୍ୟ ଏହି ପ୍ରକ୍ରିୟାକୁ ପରୋକ୍ଷରେ ଉତ୍ସାହିତ କରୁଛି।

ସରକାରଙ୍କ ହିସାବ ଅନୁସାରେ, ରେଙ୍ଗାଳି ଦକ୍ଷିଣ ଜଳସେଚନ ପ୍ରକଳ୍ପ ଦ୍ବାରା ୮୪ ହଜାର ୪୦୬ େହକ୍ଟର ଚାଷ ଜମିକୁ ଜଳସେଚିତ କରାଯାଇପାରିବ। ବର୍ତମାନ ସୁଦ୍ଧା ୨୧୪୧ େକାଟି ଖର୍ଚ୍ଚ ସତ୍ତ୍ବେ ପ୍ରାୟ ୧୭ ହଜାର ୬୦୬ ହେକ୍ଟର ଚାଷ ଜମିକୁ ଜଳଯୋଗାଣ ସମ୍ଭବ ହୋଇଛି। ରେଙ୍ଗାଳି ଦକ୍ଷିଣ କେନାଲ ଓ ଏହାର ସମସ୍ତ ଶାଖା କେନାଲ ଖନନ କାର୍ଯ୍ୟ ଜାରି ରହିଛି। ଏହି ପ୍ରକଳ୍ପ ଦ୍ବାରା ଅନୁଗୁଳ, େଢଙ୍କାନାଳ, କଟକ ଓ ଯାଜପୁର ଜିଲ୍ଲାର ଚାଷୀ ଉପକୃତ ହେବେ। ଏହି ପ୍ରକଳ୍ପ ଲାଗି େକନ୍ଦ୍ର ସରକାର ତ୍ବରିତ ଜଳସେଚନ େଯାଜନାରେ ୨୦୦୯-୧୦ ସୁଦ୍ଧା ମାତ୍ର ୨୬୧ େକାଟି ୫୬ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ବାକି ଟଙ୍କା ରାଜ୍ୟ ସରକାରଙ୍କ ନିଜସ୍ବ ପାଣ୍ଠିରୁ ଖର୍ଚ୍ଚ ହୋଇଛି।

୧୯୮୨ ମସିହାରେ ଅନୁେମାଦନ ଲାଭ କରିଥିବା ସୁବର୍ଣ୍ଣରେଖା ପ୍ରକଳ୍ପ େକ୍ଷତ୍ରରେ ଆହୁରି ବିଚିତ୍ର ସ୍ଥିତି ପରିଲକ୍ଷିତ ହେଉଛି। ପ୍ରକଳ୍ପର ମୂଳ ଅଟକଳ ଥିଲା ୨୨୧.୬୮କୋଟି ଟଙ୍କା। ଏକାଧିକ ସରକାର ଇତିମଧ୍ୟରେ ଶାସନ କଲେଣି ଓ ପ୍ରକଳ୍ପର ଆୟୁଷ ପାଖାପାଖି ୩୭ବର୍ଷ ଛୁଇଁଲାଣି। ବିଭାଗର ତଥ୍ୟକୁ ବିଶ୍ବାସ କରାଗଲେ, ଏହି ପ୍ରକଳ୍ପ ପାଇଁ ୨୦୧୯ ଅକ୍ଟୋବର ଶେଷ ସୁଦ୍ଧା ୪୭୪୩ କୋଟି ୬୨ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଛି। ଆହୁରି ୧୯୭୨ କୋଟି ଟଙ୍କା ବିନିଯୋଗ ହେଲେ ଯାଇ ଏହି ପ୍ରକଳ୍ପ କାର୍ଯ୍ୟ େଶଷ ହେବ।

ଲୋୟର ଇନ୍ଦ୍ର ପ୍ରକଳ୍ପ ସ୍ଥିତି ବି ସେୟା। ୧୯୯୭ ମସିହାର ଏହି ପ୍ରକଳ୍ପର ମୂଳ ଅଟକଳ ଥିଲା ୨୧୧ େକାଟି ୭୦ଲକ୍ଷ ଟଙ୍କା। ଏବେ ସୁଦ୍ଧା୧୭୬୪େକାଟି ୩୪ଲକ୍ଷ ଟଙ୍କା ବିନିଯୋଗ ସରିଲାଣି। ବିଭାଗ ଦର୍ଶାଇଛି େଯ କାର୍ଯ୍ୟ େଶଷ ପାଇଁ ଆହୁରି ୬୯େକାଟି ୨୨ଲକ୍ଷ ଟଙ୍କା ଦରକାର। ରେତ ପ୍ରକଳ୍ପ ସ୍ଥିତି ତା’ଠାରୁ ଗମ୍ଭୀର। ୨୦ ବର୍ଷ ତଳେ ଅର୍ଥାତ୍ ୧୯୯୯ ମସିହାର ଏହି ପ୍ରକଳ୍ପ ପାଇଁ େମାଟ ବ୍ୟୟ ଅଟକଳ ଥିଲା ୮୬ କୋଟି ୧୪ଲକ୍ଷ ଟଙ୍କା। ଗତ ଅକ୍ଟୋବର େଶଷ ସୁଦ୍ଧା ୭୪୬ େକାଟି ୧୩ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଆହୁରି ୨୨କୋଟି ୩୩ଲକ୍ଷ ଟଙ୍କା େଲାଡ଼ା। ୧୯୯୬ ମସିହାର ଲୋୟର ସୁକତେଲ ପ୍ରକଳ୍ପ ଲାଗି ୨୧୭େକାଟି ୧୩ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ହିସାବ େହାଇଥିଲା। ବିଭାଗ ୧୪୫୪ େକାଟି ୯୮ ଲକ୍ଷ ଖର୍ଚ୍ଚ କରିସାରିବା ପରେ ବି ଆହୁରି ୯୯୩ େକାଟି ୧୧ଲକ୍ଷ ଟଙ୍କା ଆବଶ୍ୟକ େବାଲି ଦର୍ଶାଇଛି।

କାନୁପୁର ଜଳସେଚନ ପ୍ରକଳ୍ପ ମଧ୍ୟ ଅଧପନ୍ତରିଆ ଭାବେ ପଡ଼ିଛି। ୨୦୧୯ ଅକ୍ଟୋବର େଶଷ ସୁଦ୍ଧା ଏହି ଜଳସେଚନ ପ୍ରକଳ୍ପର ବନ୍ଧ କାମ ପ୍ରାୟ ୮୫%, ମୁଖ୍ୟ କେନାଲ କାମ ପ୍ରାୟ ୫୧% ଓ ଶାଖା କେନାଲ କାମ ମାତ୍ର ୩% େଶଷ ହୋଇଛି। ସରକାର ସୂଚାଇଛନ୍ତି ଯେ ପ୍ରକଳ୍ପର କାର୍ଯ୍ୟ ଜମି ଅଧିଗ୍ରହଣ, ପୁନର୍ବାସ ଓ ଥଇଥାନ ସମସ୍ୟା େଯାଗୁଁ ଆଗେଇ ପାରୁନାହିଁ। କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପକୁ ୨୦୨୨-୨୩ ମସିହା ସୁଦ୍ଧା ସମ୍ପୂର୍ଣ୍ଣ କରି େକନ୍ଦୁଝର ଜିଲ୍ଲାର ପ୍ରାୟ ୨୯ ହଜାର ୫୭୮ ହେକ୍ଟର ଚାଷ ଜମିକୁ ଜଳସେଚନ କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର