କୋରୁକୋଣ୍ଡା : ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ସାବେରୀ ନଦୀ ପୋଲ ଉପରେ ୫ଫୁଟ ଉଚ୍ଚର ପାଣି ପବ୍ରାହିତ ହେବାରୁ ମାଲକାନଗିରି ଓ ଛତିଶଗଡ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଗତ ୩ଦିନ ହେଲା ପ୍ରବଳ ବର୍ଷା ଜାରି ରହିଥିବାରୁ ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ନଦୀ, ପଟେରୁ ନଦୀ ଓ ପାଙ୍ଗାମ ନଦୀରେ ପାଣି ପ୍ରବାହ ବୃଦ୍ଧି ପାଇଛି। ଏଥିଯୋଗୁଁ ୨ଦିନ ହେଲା ମାଲକାନଗିରି ଜିଲ୍ଲା ସଂପୂର୍ଣ୍ଣ ରୂପେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଆଜି କୋରୁକୋଣ୍ଡା ଓ ପାଙ୍ଗାମ ନଦୀର ଜଳ ପ୍ରବାହ କମ୍ ରହିଛି। କିନ୍ତୁ ଗତକାଲି ରାତିର ପ୍ରବଳ ବର୍ଷା ଯୋଗୁଁ ସାବେରୀ ନଦୀ ପୋଲ ଉପରେ ୫ପୁଟ ପାଣି ପ୍ରବାହିତ ହେବା ଯୋଗୁଁ ମାଲକାନଗିରି ଓ ଛତିଶଗଡ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏହି ରାସ୍ତା ଦେଇ ଯାନବାହାନ ଯାତାୟାତ କରୁନଥିବାରୁ ଯାତ୍ରୀ ମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାର୍ଲାକୋଟା, କୋରୁକୋଣ୍ଡା, ରାଖାଲଗୁଡା, ଏମ.ଭି-୧୨, ଚାଲାଣଗୁଡା ଭଳି ଗ୍ରାମର ପୋଲ ଉପରେ ଆଜି ପାଣି ପ୍ରବାହ କମିଛି। ତେବେ ପୋଲର ଉଭୟ ପାର୍ଶ୍ୱ ଓ ରାସ୍ତା ପାଣିରେ ଧୋଇଯିବାରୁ ପିଚୁ ଉଠି ଯାଇଥିବାରୁ ଯାତାୟାତରେ ସମସ୍ୟା ଦେଖାଦେଇଛି। ଯଦି ଏଭଳି ବର୍ଷା ଜାରି ରହେ ତେବେ ଏହିି ପୋଲ ଗୁଡିକ ମଧ୍ୟ ସଂପୂର୍ଣ୍ଣ ଭାବେ ନଷ୍ଟ ହେବା ସହ ରାସ୍ତା ସଂପୂର୍ଣ୍ଣ ଭାବେ ଖରାପ ହେବାର ସମ୍ଭାବନା ରହିଛି।
ସୁକମା ନଦୀ ପୋଲ ଉପରେ ୫ଫୁଟ ପାଣି : ମାଲକାନଗିରି-ଛତିଶଗଡ ଯୋଗାଯୋଗ ବିଚ୍ଛିନ୍ନ
/sambad/media/post_attachments/wp-content/uploads/2018/07/flood.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)