ବର୍ଷା ପାଣିରେ ବୁଡ଼ିଲା ବାଇଶି ପାହାଚ, ଗୁମୁଟରେ ଆଣ୍ଠୁଏ ପାଣି

ପୁରୀ: ପୁରୀରେ ଲଗାଣ ବର୍ଷା ଆଜି ଜନଜୀବନକୁ ପ୍ରଭାବିତ କରିଛି। ଶ୍ରୀମନ୍ଦିର ବି ଏଥିରୁ ବାଦ୍‌ ପଡ଼ିନି। ବାଇଶି ପାହାଚରେ ଆଜି ବର୍ଷା ପାଣି ଜମିଥିଲା। ପତିତପାବନଙ୍କ ସମ୍ମୁଖ ସିଂହଦ୍ବାର ଗୁମୁଟରେ ଆଣ୍ଠୁଏ ଉଚ୍ଚରେ ବର୍ଷା ପାଣି ଜମି ରହିବା ସହ ଲହଡ଼ି ବି ଭାଙ୍ଗିଛି। ପୁରୀରେ ଆଜି ସକାଳୁ ପାଗ ଶୁଖିଲା ରହିଥିଲା। କିନ୍ତୁ ଅପରାହ୍ଣରେ କେଉଁଆଡ଼ୁ କଳାହାଣ୍ଡିଆ ମେଘ ମାଡ଼ି ଆସିଥିଲା। ହଠାତ୍‌ ଚାରିଆଡ଼ ଅନ୍ଧକାର ହୋଇଯାଇଥିଲା। କିଛି ସମୟ ପବନ ବହିବା ପରେ ମୁଷଳ ଧାରାରେ ବର୍ଷା ଆରମ୍ଭ ହୋଇଯାଇଥିଲା।

ଚାହୁଁ ଚାହୁଁ କେଉଁ ମିନିଟ୍‌ ଭିତରେ ପୂରା ସହର ବର୍ଷା ଜଳରେ ଉବୁଟୁବୁ ହୋଇଥିଲା। ଲଗାଣ ବର୍ଷା ଯୋଗୁଁ ଶ୍ରୀମନ୍ଦିର ବାଇଶି ପାହାଚରେ ବର୍ଷା ପାଣି ସୁଅ ଛୁଟିଥିଲା। ଚାହୁଁ ଚାହୁଁ ସିଂହଦ୍ବାର ଗୁମୁଟରେ ଆଣ୍ଠୁଏ ଉଚ୍ଚର ପାଣି ଜମା ହୋଇ ଲହଡ଼ି ଭାଙ୍ଗିଥିଲା। କେବଳ ସିଂହଦ୍ବାର ନୁହେଁ, ଅନ୍ୟ ଦ୍ବାରରେ ବି ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ବର୍ଷା ଜଳ ନିଷ୍କାସନ ନ ହୋଇପାରି ଘଣ୍ଟା ଘଣ୍ଟା ଗୁମୁଟରେ ଏହି ଜଳ ଜମା ହୋଇ ରହିଥିଲା। କ୍ରମେ ଏହା ବାଇଶି ପାହାଚକୁ ଛୁଇଁବା ସହ ଲହଡ଼ି ଭାଙ୍ଗିବାର ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର