ପାଓ୍ଵାର ହାଉସ୍‌ରେ ପାଣି, ବିଦ୍ୟୁତ୍‌ ଉତ୍ପାଦନ ଠପ୍‌

ସମ୍ବଲପୁର :ବର୍ଷା ଯୋଗୁଁ ଘଣ୍ଟେଶ୍ୱରୀ ପୀଠ ପାଣିରେ ବୁଡ଼ି ଯାଇଥିବା ବେଳେ ଚିପିଲିମା ପାଓ୍ଵାର ହାଉସ୍‌ ମଧ୍ୟକୁ ପାଣି ପଶି ଯାଇଛି। ପାଓ୍ଵାର ହାଉସ୍‌ ପାଣି ପଶିବା କାରଣରୁ ବିଦ୍ୟୁତ ଉତ୍ପାଦନ ଠପ୍‌ ହୋଇଯାଇଛି। ଶନିବାର ଅପରାହଣରୁ ପ୍ରବଳ ବର୍ଷା ହୋଇଥିବା ବେଳେ ରବିବାର ସକାଳେ ଚିପିଲିମା ପାଓ୍ଵାର ହାଉସ୍‌ରେ ପାଣି ଭର୍ତି ହୋଇଯାଇଥିଲା। ପାଓ୍ଵାର ଚାନେଲ ପାଣି ବନ୍ଦ କରାଯିବା ସତ୍ତ୍ୱେ ପାଓ୍ଵାର ହାଉସ୍‌ରେ ପାଣି ଜମି ରହିଛି। ପାଓ୍ଵାର ହାଉସ୍‌ ନିକଟ ଦେଇ ଘଣ୍ଟେଶ୍ୱରୀ ପୀଠକୁ ଯାଇଥିବା ରାସ୍ତାର ଲୁହା ବାଡ଼ ଧୋଇ ହୋଇଯାଇଛି। ଚିପିଲିମା ପାଓ୍ଵାର ହାଉସ୍‌ ସମସ୍ୟାକୁ ଦୃଷ୍ଟିରେ ରଖି ପାଓ୍ଵାର ଚାନେଲରେ ପାଣି ବନ୍ଦ ରଖାଯିବାରୁ ବୁର୍ଲା ପାଓ୍ଵାର ହାଉସରୁ ମଧ୍ୟ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ପାଓ୍ଵାର ହାଉସ୍‌ରୁ ପାଣି ନିଷ୍କାସନ ପ୍ରକ୍ରିୟା ହୋଇଛି। ତଥାପି ଦିନେ ଦୁଇଦିନ ପର୍ଯ୍ୟନ୍ତ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର