ଭୁବନେଶ୍ବର: ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିିଛନ୍ତି,  ବର୍ତ୍ତମାନ ହୀରାକୁଦର ଉପରମୁଣ୍ଡରେ ଏବଂ ତଳ ମୁଣ୍ଡରେ ବର୍ଷା ଜାରି ରହିଛି। ହୀରାକୁଦରେ ୫ ଲକ୍ଷ ୪୦ ହଜାର କ୍ୟୁସେକ ଜଳ ଆଉଟ ଫ୍ଲୋ ଏବଂ ଇନ ଫ୍ଲୋ ହେଉଛି ୫ ଲକ୍ଷ ୬୦ ହଜାର କ୍ୟୁ ସେକ ଜଳ। ୩୪ଟି ଗେଟ ଖୋଲା ରହିଛି । ସ୍ଥିତି ଦେଖି ଅଧିକ ଗେଟ ଖୋଲିବା ପାଇଁ ନିଷ୍ପତ୍ତି ନିଆଯିବ। ବଂଶଧାରା କାଶୀନଗର ନିକଟରେ ଜଳସ୍ତର ବଢିଛି। ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ବଢୁଛି ଏବଂ ଜଳକାର ଜଳସ୍ତର ବି ବଢ଼ିବାରେ ଲାଗିଛି।

Advertisment

ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଆହୁରି କହିଛନ୍ତି, ସକାଳ ୭ ଟା ସୁଦ୍ଧା ମୁଣ୍ଡଳୀ ଦେଇ ୫ ଲକ୍ଷ ୫୬ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ଉପର ମୁଣ୍ଡରୁ ପାଣି ଆସିବା ଜାରି ରହିଛି। ତେଣୁ ମହାନଦୀର ଜଳସ୍ତର ଆହୁରି ବଢ଼ିବ। ୧୫ ତାରିଖ ସୁଦ୍ଧା ମୁଣ୍ଡଳୀ ଦେଇ ୭ ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେବ। କିନ୍ତୁ ବର୍ଷା ଜାରି ରହିଥିବାରୁ ଜଳସ୍ତର ବଢିପାରେ। ବର୍ତ୍ତମାନ କୌଣସି ସ୍ଥାନରେ ନଦୀବନ୍ଧ ଭାଙ୍ଗିବା ନେଇ କୌଣସି ଖବର ଆସି ନାହିଁ। ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଛି। ଅଫିସରମାନଙ୍କୁ ସଜାଗ ରଖାଯାଇଛି। ୧୮ଟି ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିଲା। ତାକୁ ମରାମତି କରାଯାଇଛି। ମାତ୍ର ତାହା ଉପରେ ତୀକ୍ଷଣ ନଜର ରଖାଯାଇଛି। ଅଗଷ୍ଟ ୨୧ ସୁଦ୍ଧା ୬୨୨ ଫୁଟ ପର୍ଯ୍ୟନ୍ତ ହୀରାକୁଦରେ ଜଳ ଆମେ ରଖି ପାରିବୁ।