ବଢ଼ିଲା ହୀରାକୁଦର ଜଳସ୍ତର, ବନ୍ଦ ରହିଛି ବିଦ୍ୟୁତ ଉତ୍ପାଦନ

ସମ୍ବଲପୁର :ବଢ଼ିଲା ହୀରାକୁଦ ଜଳଭଣ୍ଡାରରର ଜଳସ୍ତର | ବର୍ତ୍ତମାନ ଶୁକ୍ରବାର ସକାଳ ୯ଟା ସୁଦ୍ଧା ଜଳସ୍ତର ୬୦୭.୯୭ ଫୁଟରେ ପହଞ୍ଚିଛି। ଏହି ସମୟରେ ଏଠାରେ ପ୍ରତି ସେକେଣ୍ଡରେ ୧ ଲକ୍ଷ ୯୦ ହଜାର ଘନଫୁଟ ପାଣି ପ୍ରବେଶ କରୁଥିବାବେଳେ ପ୍ରତି ସେକେଣ୍ଡରେ ୬ ହଜାର ଘନଫୁଟ ପାଣି ନିଷ୍କାସିତ ହେଉଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ସ୍ଥିତି ଉନ୍ନତି ହେବା ନେଇ ଆଶା ରହିଛି।

sambalpur.nic.in

ଗୁରୁବାର ଉପରମୁଣ୍ଡରେ ହାରାହାରି ୮୬.୩୭ ମିଲିମିଟର ଏବଂ ତଳମୁଣ୍ଡରେ ୬୫.୭୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ୨ ଦିନ ହେଲା ଜଳଭଣ୍ଡାରରୁ ପାୱାର ଚ୍ୟାନେଲକୁ ପାଣି ଯୋଗାଣ ବନ୍ଦ ରହିଛି। ମାତ୍ର ପାୱାର ଚ୍ୟାନେଲକୁ ପାଣି ଛଡ଼ାଯାଇନଥିବାରୁ ବିଜୁଳି ଉତ୍ପାଦନ ବନ୍ଦ ରହିଛି।

ମିଳିଥିବା ସୂଚନା ମୁତାବକ ମହାନଦୀର ଖଇରମାଳରେ ୩ ଲକ୍ଷ ୩୫ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଥିବାବେଳେ ବରମୂଳରେ ୨ ଲକ୍ଷ ୬୭ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି | ସେହିପରି ମୁଣ୍ଡଳୀରେ ୩ ଲକ୍ଷ ୪୨ ହଜାର ୩୦୯ କ୍ୟୁସେକ ଜଳ ପ୍ରବାହିତ ହେଉଛି |

ସମ୍ବନ୍ଧିତ ଖବର