ଜଗତସିଂହପୁର : ଫୁଲୁଛି ମହାନଦୀ-ଦେବୀ-ପାଇକା, ତିନୋଟି ସ୍ଥାନରେ ବିପଦ ସଂକେତ ଉପରେ ଜଳସ୍ତର

ଜଗତସିଂହପୁର ଟାଉନ୍ : ଜଗତସିଂହପୁର ଜିଲ୍ଲାରେ ପାଇକା, ମହାନଦୀ ଓ ଦେବୀରେ ଜଳସ୍ତର ବଢ଼ିବାରେ ଲାଗିଛି ।ତେବେ ଖବର ଲେଖା ହେବା ବେଳକୁ ରାତି ୧୦ଟା ସୁଦ୍ଧା ଜିଲ୍ଲାର ତିନୋଟି ସ୍ଥାନରେ ଜଳ ସ୍ତର ଡେଞ୍ଜର ଲେଭଲ୍ ଉପରେ ରହିଛି । ମିଳିଥିବା ସୂଚନା ଅନୁସାରେ ମହାନଦୀର ତିନୋଟି ସ୍ଥାନରେ ଜଳସ୍ତର ମାପ କରାଯାଉଛି । ଏଥିରେ ତାର୍ତ୍ତୋଲରେ ୪.୯୩୫ ମିଟର ଡେଞ୍ଜର ଲେଭଲ ଥିବା ବେଳେ ଏବେ ସୁଦ୍ଧା ୪.୯୦ ମିଟର ରହିଛି । ଆଉ ଅଳ୍ପ କିଛି ମିଟର ପରେ ଏହା ଡେଞ୍ଜର ଲେଭଲକୁ ଛୁଇଁବ । ଚୌଧୁରୀଗଡ଼ାରେ ୪.୧୦ ମିଟର ଡେଞ୍ଜର ଲେଭଲ ଥିବା ବେଳେ ୨.୮୫ ମିଟର ଜଳସ୍ତର ରହିଛି । କିନ୍ତୁ ମହାନଦୀର ତାରପୁର ନିକଟରେ ୯.୮୦ ମିଟର ଡେଞ୍ଜର ଲେଭଲ ଥିବା ବେଳେ ଏବେ ୧୦.୭୯ ମିଟର ପାଣି ଚାଲୁଛି । ଯାହା ବିପଦ ସଙ୍କୁଳ ଉପରେ ରହିଛି ।

ପାଇକା ନଦୀ ଶଙ୍ଖେଶ୍ୱର ନିକଟରେ ୨୨.୭୫ ପୁଟ ଡେଞ୍ଜର ଲେଭଲ ଥିବା ବେଳେ ଏହାକୁ ଟପି ୨୫.୪୦ ଫୁଟରେ ଜଳ ପ୍ରବାହିତ ହେଉଛି । ଦେବୀ ନଦୀର ଦଳେଇ ଘାଇ ନିକଟରେ ୫୫ ଫୁଟ ୱାର୍ଣ୍ଣିଲେଭଲ୍ ଡେଇଛି ପାଣି । ଡେଞ୍ଜର ଲେଭଲ୍ ୫୭ ଫୁଟ ଥିବା ବେଳେ ଏବେ ସୁଧା ୫୬.୧୦ ଫୁଟ ରହିଛି । ସେହିପରି ଦେବୀ ନଦୀର ଆଳିପିଙ୍ଗଳ ନିକଟରେ ୧୧.୭୬ ମିଟର ଡେଞ୍ଜର ଲେଭଲ ଥିବା ବେଳେ ଜଳସ୍ତର ୧୦.୪୭ ମିଟର ରହିଛି । ମାଛଗାଁ ନିକଟରେ ୧୧ ଫୁଟ ୱାର୍ଣ୍ଣିଂ ସ୍ତରକୁ ଟପି ୧୩ ଫୁଟ ଡେଞ୍ଜର ଲେଭଲକୁ ମଧ୍ୟ ଟପି ଯାଇ ଏବେ ୧୩.୪୦ ଫୁଟରେ ପହଞ୍ଚିଛି । ବିଲୁଆ ଖାଇ ନଦୀର ଶଙ୍ଖାରିସାହି ଓ ବୀରବରପାଟଣାରେ ଡେଞ୍ଜର ଲେଭଲ ତଳେ ଜଳସ୍ତର ରହିଛି । କିନ୍ତୁ ଆସନ୍ତାକାଲି ସୁଦ୍ଧା ଉପରମୁଣ୍ଡର ପାଣି ପହଞ୍ଚିବା ପରେ ଜଳସ୍ତର ବଢ଼ିବ ବୋଲି ଆଶଙ୍କା କରାଯାଉଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଜିଲ୍ଲାବାସୀ ।

ସମ୍ବନ୍ଧିତ ଖବର