କଟକ : ମହାନଦୀର ମୁଣ୍ଡଳି ବ୍ୟାରେଜରେ ବର୍ଷା ଦିନରେ ବି ପର୍ଯ୍ୟାପ୍ତ ପରିମାଣର ପାଣି ନାହିଁ। ଗଲା ୫ ବର୍ଷ ହେଲା ଏଭଳି ଜଳସ୍ତର ହ୍ରାସ ପାଇବାରେ ଲାଗିଛି।
ରେକର୍ଡ ଅନୁଯାୟୀ ଜୁଲାଇ ମାସ ଆରମ୍ଭରେ ମୁଣ୍ଡଳି ସେତୁରେ ୭୯ ଫୁଟ ପାଣି ରହିଥାଏ। କିନ୍ତୁ ବର୍ତ୍ତମାନ ଗେଟ୍ ଉପର ପଟେ ୭୭ ଫୁଟ ପାଣି ରହିହିଥିବା ବେଳେ ସେତୁର ତଳ ଭାଗରେ ୬୯ ଫୁଟ ପାଣି ରହିଛି। ବ୍ୟବସ୍ଥା ଅନୁଯାୟୀ ମୁଣ୍ଡଳି ବ୍ୟାରେଜର ପ୍ରାୟ ସବୁ ଗେଟ୍କୁ ଜୁନ ମାସରେ ବନ୍ଦ କରାଯାଇ କୁଲାଇ ମାସରେ ଖୋଲି ଦିଆଯାଇଥାଏ। କିନ୍ତୁ ବର୍ତ୍ତମାନ ବି ବ୍ୟାରେଜର ସବୁ ଗେଟ୍ ବନ୍ଦ ହୋଇ ରହିଛିି। ବ୍ୟାରେଜର ଉପର ପଟେ ୭୯ ଫୁଟ ପାଣି ରହିଲେ କେନାଲକୁ ୬ହଜାର କ୍ୟୁସେକ ପାଣି ନିଷ୍କାସନ କରାଯାଏ। ପ୍ରତିଦିନ ୨୫ଶହ କ୍ୟୁସେକ୍ ପାଣି ମହାନଦୀ ଓ ଶାଖାନଦୀକୁ ପ୍ରବାହିତ ହୋଇଥାଏ। ଏହି ବ୍ୟାରେଜରେ ଜଳ ଧାରଣର ସର୍ବାଧିକ କ୍ଷମତା ହେଉଛି ୧୦୮ ଫୁଟ । କିନ୍ତୁ ଜୁଲାଇ ମାସର ଏଭଳି ସ୍ଥିତି ପରିବେଶବିତ୍ଙ୍କୁ ଚିନ୍ତାରେ ପକାଇଛି।
୧୯୬୫ରେ ମହାନଦୀରେ ମୁଣ୍ଡଳି ସେତୁ ନିର୍ମାଣ ହୋଇଥିଲା। ଏଥିରେ ୩୭୪ଟି ୩ ଫୁଟର ଗେଟ ରହିଛି। ପାଣି ଅଭାବରେ ବ୍ୟାରେଜର ସମସ୍ତ ୩୭୪ଟି ଗେଟ ଖୋଲି ଦିଆଯାଏ। ଅନ୍ୟପଟେ ପାଣି ଉପରକୁ ରହିଥିବା ୧୦ଟି ଗେଟ୍କୁ ବର୍ଷା ଦିନେ ଖୋଲି ଦିଆଯାଇଥାଏ। କିନ୍ତୁ ବର୍ତ୍ତମାନ ମୌସୁମି ବର୍ଷାର ଅନିୟମିତତା କାରଣରୁ ଏହାର ପ୍ରଭାବ ଜଳସ୍ତର ଉପରେ ପଡୁଛି। ଛତିଶଗଡ଼ ସରକାରଙ୍କ ଦ୍ୱାରା ମହାନଦୀ ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣର ପ୍ରଭାବ ମଧ୍ୟ ଜଳସ୍ତର ହ୍ରାସର ଅନ୍ୟତମ କାରଣ ବୋଲି କୁହାଯାଉଛି। ଯଦି ମୌସୁମି ଆଶାନୁରୂପ ନହେବ ତେବେ ଆଗକୁ ପରିସ୍ଥିତି ଅଧିକ ବିଗିଡ଼ିବା ଆଶଙ୍କା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/mundali-6.jpg)