ପଚିଗଲାଣି ପୋଖରୀ ପାଣି, ତଥାପି ବ୍ୟବହାର ହେଉଛି

ପାନୀୟ ଜଳ ପ୍ରକଳ୍ପ ଥିବା ଗାଁରେ ବେଶି ସମସ୍ୟା, ଉପରସ୍ତରର ତତ୍ପରତା ତଳସ୍ତରରେ ନାହିଁ, ସରକାରଙ୍କ ସୂଚନା, କାଲି ସୁଦ୍ଧା ୧୦୦% ସୁଧାର

ଭୁବନେଶ୍ବର : ବିଦ୍ୟୁତ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି। ଏଣେ କିନ୍ତୁ ପାଣି ସମସ୍ୟା ଗମ୍ଭୀର ରୂପ ଧାରଣ କରିବାକୁ ଯାଉଛି। ବିେଶଷକରି ଗାଁ ଗଣ୍ଡା, ପଡା ଆଦିର ଚିତ୍ର ବୟାନ କରୁଛି, େଲାକେ େଯଉଁ ପାଣି ବ୍ୟବହାର କରୁଛନ୍ତି, ତାହା େଯ କୌଣସି ମୁହୂର୍ତରେ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିପାରେ। ମହାମାରୀ ବ୍ୟାପିବା ଆଶଙ୍କାକୁ ବି ଏଡାଇ ଦେଇ ହେବ ନାହିଁ।

ପୁରୀ, ପିପିଲି, ସତ୍ୟବାଦୀ ବ୍ଲକର େଯଉଁ ସବୁ ଗାଁରେ ପାନୀୟ ଜଳ େଯାଗାଣ ବ୍ୟବସ୍ଥା େହାଇଛି, େସଠାରେ ବି େଲାକଙ୍କ ଭିତରେ ଅସନ୍ତୋଷ କାହିଁରେ କେତେ। ଆମ ପ୍ରତିନିଧି ସେମାନଙ୍କୁ େଭଟିବା ବେଳେ ପାଲଟା ପ୍ରଶ୍ନ କରିଥିଲେ, ସରକାର ପାନୀୟ ଜଳ େଯାଗାଣ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ପାଇପ େଯାଗେ ପ୍ରତିଦିନ ଦୁଇ ଓଳା ପାଣି ଦିଆଯାଉଥିଲା। ଆଉ ନଳକୂପ ଏଠାରେ ବସାଯାଉନାହିଁ। କୂଅ େଖାଳା ବି ବନ୍ଦ େହାଇଗଲାଣି। ଏବେ ବିଦ୍ୟୁତ ନାହିଁ। ଆମ କଥା ସରକାରଙ୍କର ମନେ ଅଛି? ଆଜିକୁ ଦଶ ଦିନ େହଲାଣି, ଆମେ କେଉଁ ପାଣି ପିଇବୁ, େସ େନଇ ସରକାର କିଛି ପଦକ୍ଷେପ େନଇଛନ୍ତି? ବ୍ଲକ ପ୍ରଶାସନିକ ଅଧିକାରୀମାନେ ଥରୁଟିଏ ବୁଲି ଏହାକୁ ନିଶ୍ଚିତ କରିବେନି? ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ଲାଗି ସରକାରଙ୍କୁ ଜଣାଇବେନି?

େଲାକଙ୍କ ଏଭଳି ଅଭିେଯାଗର ବାସ୍ତବତା େବଶ୍ ଜଳ ଜଳ େହାଇ ଆମକୁ ଦିଶିଥିଲା। ଗାଁ ମାନଙ୍କରେ ବିଦ୍ୟୁତ ନଥିବା େଯାଗୁଁ ପାନୀୟ ଜଳ େଯାଗାଣ ବ୍ୟବସ୍ଥା ବନ୍ଦ େହାଇଯାଇଛି। ଜେନରେଟର ଲଗାଇ ପାଣି େଯାଗାଇବା ପାଇଁ କୌଣସି ପଦକ୍ଷେପ ବାବୁମାନେ ନେଇନାହାନ୍ତି। ପୁରୀ ଜିଲ୍ଲାର ସଦର ବ୍ଲକ, ସତ୍ୟବାଦୀ ବ୍ଲକ, ପିପିଲି ବ୍ଲକର ବିଭିନ୍ନ ବାତ୍ୟା ପ୍ରଭାବିତ ଅଞ୍ଚଳରେ େଦଖାଯାଇଥିଲା, କେଉଁଠି େଲାକେ ଗଛପତ୍ର ପଡି ପଚିଯାଇଥିବା ପାଣି ବ୍ୟବହାର ପାଇଁ େନଉଛନ୍ତି, ଆଉ େକଉଁଠି ଚୂଆ ଭଳି େପାଖରୀମାନଙ୍କରେ ବଞ୍ଚି ରହିଯାଇଥିବା ପାଣିରେ ଗାଧୁଆ ଓ ବ୍ୟବହାର କାର୍ଯ୍ୟ େଶଷ କରୁଛନ୍ତି। ଯେଉଁ କିଛି େଲାକଙ୍କ ଘରେ ନଳକୂପ ଅଛି େସଠାରେ ଭିଡ ଲାଗୁଛି। ହେଲେ ସରକାର ପାନୀୟ ଜଳ ବ୍ୟବସ୍ଥା କରିବା ପରେ ଅନେକ ସେସବୁ ବ୍ୟବହାର ନ କରିବା େଯାଗୁଁ ତାହା ନଷ୍ଟ େହାଇଯାଇଛି ବା ପାଣି ବ୍ୟବହାର େଯାଗ୍ୟ େହାଇପାରୁନାହିଁ।

କିଛି ବୟସ୍କ ବ୍ୟକ୍ତି କହିଥିଲେ, ରାଜାଙ୍କର ଦୃରଦୃଷ୍ଟି ସରକାରରେ ନାହିଁ। ବିଭିନ୍ନ ଗାଁ ବସାଇବା ବେଳେ ତତ୍କାଳୀନ ରାଜାମାନେ ଏକାଧିକ େପାଖରୀ େଖାଳାଇଥିଲେ। ପ୍ରତି ଗାଁରେ େଗାଟିଏ େଗାଟିଏ ଏଭଳି େପାଖରୀ ଅଛି, ଯାହାକୁ ବଡ଼ େପାଖରୀ େବାଲି ବି କୁହାଯାଏ। ଏହାବ୍ୟତୀତ ଆଉ ଏକ ଜଳ ଉତ୍ସ ଥିଲା, ଯାହାକୁ ଗାଡିଆ େବାଲି କୁହାଯାଏ। ଅର୍ଥ କମିସନଙ୍କ ସୁପାରିସ ଆଧାରରେ ପଞ୍ଚାୟତକୁ େକାଟି େକାଟି ଟଙ୍କା ଯାଇଛି, େହଲେ ଏହାର ପୁନରୁଦ୍ଧାର ଲାଗି ସ୍ଥାନୀୟ େଲାକ ପ୍ରତିନିଧି ବା ବ୍ଲକ ପ୍ରଶାସନ ଆଗ୍ରହ େଦଖାଇନାହାନ୍ତି।

ଏହି ଅଞ୍ଚଳକୁ ଯାଇଥିବା ବେଳେ ଆମ ପ୍ରତିନିଧି ଦେଖିଥିଲେ ଯେ ବିଭିନ୍ନ େକନାଲରେ ପାଣି ଛଡାଯାଇଥିଲା, କିନ୍ତୁ ଏହି ପାଣି ପ୍ରବେଶ କରିବା ସତ୍ତ୍ବେ ଗା଼ଡିଆଗୁଡିକ ଦଳରେ ଭର୍ତି େହାଇଥିବାରୁ ବ୍ୟବହାର ଅନୁପଯୋଗୀ େହାଇପଡିଛି। ସେହିପରି ପୁରୀ ରାସ୍ତାରେ ଗଲାବେଳେ ପଟ୍ଟନାୟିକା ଛକ ନିକଟରେ ଥିବା ଯାଯାବର ପଛ ପାଖରେ ଥିବା େଗାଟିଏ େପାଖରୀ ସୂଚାଇ ଦେଉଛି, ଏସବୁର ଯତ୍ନ େନବା ଦିଗରେ ସରକାରୀ ତତ୍ପରତା େକତେ। ପିପିଲି ବ୍ଲକର ତେଇଶିପୁର େଦଇ ପୀଢପାଟଣା ଆଡକୁ ଗଲା ବେଳେ ରାସ୍ତାରେ େଲାକେ େଯଉଁ େପାଖରୀ ପାଣି ବ୍ୟବହାର କରୁଥିଲେ, ତାହା ବୟାନ କରୁଥିଲା, କେତେ ବିପର୍ଯ୍ୟସ୍ତ ଅବସ୍ଥାକୁ ଚାଲିଗଲାଣି ଆମ ବ୍ୟବସ୍ଥା। ଏସବୁ ପାଣିକୁ ବିଶୁଦ୍ଧ କରିବା ଲାଗି କିଛି ବି ଉଦ୍ୟମ େହାଇନାହିଁ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନ କ୍ଷମତାକୁ ଆସିବା ପରେ େପାଖରୀ େଖାଳିବା େନଇ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। କେତେବେଳେ ମହାବନ୍ଧ େଯାଜନା େହାଇଛି, ଆଉ କେତେବେଳେ େମା ପୋଖରୀ କାର୍ଯ୍ୟକ୍ରମ। କିନ୍ତୁ ପଞ୍ଚାୟତିରାଜ ବ୍ୟବସ୍ଥାଟି ତୃଣମୂଳସ୍ତରରେ ଏଭଳି ସ୍ଥାଣୁ ପାଲଟିଯାଇଛି େଯ ରାଜ୍ୟର ସମୁଦାୟ ପଞ୍ଚାୟତରେ କେତେ ପୋଖରୀ ଅଛି, ତାହା ଏବେ େକଉଁ ସ୍ଥିତିରେ ଅଛି, ସେ ସଂପର୍କରେ ସ୍ଥାନୀୟ ଅଧିକାରୀ କହିପାରୁନାହାନ୍ତି।

କେବଳ ସେତିକି ନୁେହଁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଟିମ୍ ସଚିବାଳୟରେ ବାତ୍ୟା ମୁକାବିଲା େନଇ େଯଉଁଭଳି ତନାଘନା କରୁଛନ୍ତି, ତଳସ୍ତରରେ ତାର ସାମାନ୍ୟତମ ପ୍ରଭାବ ନାହିଁ। ଏକାଧିକ ଗାଁ େଲାକଙ୍କ ଅଭିେଯାଗ େହଲା, ସେମାନଙ୍କ ସମସ୍ୟା ସଂପର୍କରେ ସରକାରଙ୍କ ପାଖେ ପହଞ୍ଚିବ କେମିତି? କେହି ତ ଗାଁକୁ ଆସୁନାହାନ୍ତି? ପଞ୍ଚାୟତ ବାବୁମାନେ ରିଲିଫ୍ ବାଣ୍ଟିବାରେ ବ୍ୟସ୍ତ। ବ୍ଲକ ପ୍ରଶାସନର ବାବୁ ମାନେ ସେତେ ଗୁରୁତ୍ବପୂର୍ଣ୍ଣ କାମ ନଥିଲେ, ଭଲ ସମୟରେ ଗାଁକୁ ଆସନ୍ତିନି। ଆଉ ଏବେ ଆସିବେ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ଲକ ଗସ୍ତ କରିବା ଲାଗି ଜିଲ୍ଲାପାଳଙ୍କୁ ନିେର୍ଦଶ ଦେଇଥିଲେ। ହେଲେ ବିଭିନ୍ନ ଗାଁର େଲାକେ େଶଷଥର ପାଇଁ ଜିଲ୍ଲାପାଳ କେବେ ଆସିଥିଲେ, ତାହା କହିପାରିନଥିଲେ। ଏବେ ଜିଲ୍ଲାପାଳ କି ଆଉ କୌଣସି ବଡବାବୁ ଆସିବେ ବୋଲି ମଧ୍ୟ ତାଙ୍କର ବିଶ୍ବାସ ନାହିଁ।

ଉଦବେଗର କଥା େହଲା, ପ୍ରତି ଦୁର୍ବିପାକ େବଳେ େସ୍ବଚ୍ଛାସେବୀ ସଂସ୍ଥା ଗାଁ, ସହର ସବୁଆଡେ ଛାଇଯାଆନ୍ତି। େହଲେ ଏଥର ସେମାନଙ୍କର ଉପସ୍ଥିତି ଅତ୍ୟନ୍ତ ନଗଣ୍ୟ। ତୃଣମୂଳସ୍ତରରେ େଲାକଙ୍କୁ ସେବା େଯାଗାଇ ଦେବା ପାଇଁ ଅଥବା ମନୋବଳ ବଢାଇବା ପାଇଁ ଏଯାଏ ବିଭିନ୍ନ କଲେଜର ସମର ଶିକ୍ଷାର୍ଥୀ ବାହିନୀ ବା ସ୍କାଉଟ୍ କ୍ୟାଡେଟଙ୍କୁ ନିେୟାଜିତ କରାଯାଇନାହିଁ। ଚାରି ଛଅଟି ବିଭାଗ ଛାଡିଦେଲେ ଅନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ନିେୟାଜିତ କରିବା ଲାଗି କୌଣସି ନିେର୍ଦଶନାମା ଆସିନାହିଁ। େଖାଦ୍ ଭୁବନେଶ୍ବରରେ ଗତକାଲି ସରକାର ଛୁଟି ବାତିଲ କରିବା ସତ୍ତ୍ବେ ଅନେକ କାର୍ଯ୍ୟାଳୟ ବନ୍ଦ ରହିଲା।

ରାଜଧାନୀରେ ବିଦ୍ୟୁତ ବ୍ୟବସ୍ଥାରେ ଆପାତତଃ ସୁଧାର ଆସିଲାଣି। ପାଣି ସମସ୍ୟାରେ ବି। ପୁରୀ ସହରର କିଛି ଅଂଶରେ ପାଣି େଯାଗାଣ େହଉଛି। ପ୍ରଚଣ୍ଡ ଉତ୍ତାପରେ ଜନଜୀବନ ଅସ୍ତବ୍ୟସ୍ତ େହାଇପଡୁଥିବା ବେେଳ ବାକି େଲାକଙ୍କୁ ପିଇବା ପାଣି େଯାଗାଣ େକ୍ଷତ୍ରରେ ଅବ୍ୟବସ୍ଥା ଚରମ ସ୍ଥିତିକୁ ଗଲାଣି। ଏବେ ବି ପୁରୀ ସହରର ହରଚଣ୍ଡୀ ସାହି, ଗୌଡବାଡ ସାହି, ତଳମାଳି ସାହି, ଚୂ଼ଡଙ୍ଗ ସାହି, ମାର୍କଣ୍ଡେଶ୍ବର ସାହି, କରତି ସାହି, େଦାଳମଣ୍ଡପ ସାହିରେ ପିଇବା ପାଣି ବଡ଼ ସମସ୍ୟା ଭାବେ ଠିଆ େହାଇଛି। େଲାକେ ନିଜ ଉଦ୍ୟମରେ ଯେତିକି ପାଣି ପାଉଛନ୍ତି, ତାହା ପର୍ଯ୍ୟାପ୍ତ େହାଇପାରୁନାହିଁ।

ଉଲ୍ଲେଖଥାଉକି, ସରକାରଙ୍କ ତଥ୍ୟ କିନ୍ତୁ ଭିନ୍ନ ଚିତ୍ର ବୟାନ କରୁଛି। ସରକାର ଜଣାଇଛନ୍ତି, ୧୨୬୬ ଟ୍ୟାଙ୍କର େଯାଗେ ପ୍ରାୟ ୧୨ଲକ୍ଷ ଲିଟର ଜଳ ୭ଟି ପ୍ରଭାବିତ ଜିଲ୍ଲାର ସବୁ ଗାଁ ପଞ୍ଚାୟତକୁ େଯାଗାଇ ଦିଆଯାଉଛି। ପୁରୀରେ କେବଳ ୩ଲକ୍ଷ ଲିଟର ପିଇବା ପାଣି ଦିଆଯାଉଛି। ବିଶେଷ କ୍ଷତିଗ୍ରସ୍ତ େହାଇଥିବା କାରଣରୁ ୧୧ଟି ଟିମ୍ ଏଠାରେ ନିୟୋଜିତ ଅଛନ୍ତି। ନଳକୂପ ସଚଳ ଅଛି ଓ ମରାମତି ବି ସରିଛି। ପୁରୀର ଗ୍ରାମାଞ୍ଚଳରେ ୮୫% ପିଇବା ପାଣି େଯାଗାଣ କାର୍ଯ୍ୟକ୍ଷମ େହାଇଛି। ଜେନସେଟ୍ ଓ ବିଦ୍ୟୁତ ସେଂଯାଗ ଦ୍ବାରା ପାନୀୟ ଜଳ େଯାଗାଣ ପ୍ରକଳ୍ପ ଚାଲୁ ରହିଛି। ଆସନ୍ତାକାଲି ସୁଦ୍ଧା ସମସ୍ତ ଅଞ୍ଚଳକୁ ପାନୀୟ ଜଳଯୋଗାଣ ପାଇଁ ଚେଷ୍ଟା ଜାରି ରହିଛି।

ସମ୍ବନ୍ଧିତ ଖବର