ଭୁବନେଶ୍ବର: ୨୦୧୮ ଜୁଲାଇ ୨୩ ତାରିଖ। ହୀରାକୁଦ ଜଳଭଣ୍ଡାରରେ ୪୮.୫୪% ଜଳ ଥିଲା। ୨୦୧୯ ଜୁଲାଇ ୨୩ ଅର୍ଥାତ୍ ଆଜି ଜଳଭଣ୍ଡାରରେ ୧୨.୪% ଜଳ ରହିଛି। ଜଳପତ୍ତନ ଏଯାଏ ୬୦୦ ଫୁଟ୍ ଟପିନି। ବଢ଼ିବା ବଦଳରେ କମି ୫୯୮.୬୭ ଫୁଟ ଛୁଇଁଲାଣି। େରଙ୍ଗାଳି ସ୍ଥିତି ତଦ୍ରୁପ। ଗତବର୍ଷ ଆଜି ଦିନରେ ୧୯.୫% ଜଳ ମହଜୁଦ ଥିଲା ଜଳଭଣ୍ଡାରରେ। ଆଜି ଦିନର ତଥ୍ୟ କହୁଛି, ୩.୩୯% ଜଳ ରହିଛି। ବାଲିେମଳା, ଅପରକୋଲାବ, ଇନ୍ଦ୍ରାବତୀ ସ୍ଥିତି ବି ସେମିତି। ଏଲନିେନା ପ୍ରଭାବରେ ବର୍ଷା ପ୍ରଭାବ କମିବା କାରଣରୁ ରାଜ୍ୟର ପ୍ରମୁଖ ଜଳଭଣ୍ଡାରରେ ଜଳସଙ୍କଟ ଉତ୍କଟ ରୂପ ଧାରଣ କରିଛି। ସ୍ଥିତି ଏତେ ଗମ୍ଭୀର ହେଲାଣି େଯ ଆଜିଠାରୁ ହୀରାକୁଦରୁ ଜଳବିଦ୍ୟୁତ ଉତ୍ପାଦନ ବନ୍ଦ କରିଦିଆଯାଇଛି।
ଆହୁରି ଆତଙ୍କ ସୃଷ୍ଟି କରିବା ଭଳି ତଥ୍ୟ େହଉଛି, ଯଦି ଜଳଭଣ୍ଡାର ଜଳପତ୍ତନ ଆସନ୍ତା ୧୦ ଦିନ ଭିତରେ ବଢିବା ପରିବର୍ତେ କମେ, ତେବେ କେନାଲକୁ ପାଣିେଯାଗାଣ ବି ବନ୍ଦ େହାଇଯିବ। ଜଣେ ଅଧିକାରୀ କହିଛନ୍ତି, ଜଳଭଣ୍ଡାରରୁ ଯଦି ସାେଢ ତିନି ପୁଟ ଜଳପତ୍ତନ କମିଯାଏ ଅର୍ଥାତ୍ ଜଳପତ୍ତନ ୫୯୫ ଫୁଟକୁ ଖସିଆସେ, ତେବେ ହୀରାକୁଦ ଜଳଭଣ୍ଡାର ସହ ସଂଯୁକ୍ତ କେନାଲରୁ ଆଉ ପାଣି ଛଡାଯାଇପାରିବ ନାହିଁ। ଏମିତି ସ୍ଥିତିରେ ଗତ କିଛି ଦିନ ଧରି େକନାଲ େଯାଗେ େଯଉଁ ଜଳଯୋଗାଣ େହଉଛି, ତାହା ବି ବନ୍ଦ େହାଇଯିବ।
ଅନ୍ୟପଟେ ବର୍ଷାଭାବ ଚାଷ କାର୍ଯ୍ୟକୁ ବିପଜ୍ଜନକ ସ୍ଥିତିକୁ ଟାଣିଆଣିଲାଣି। ସରକାରୀ ପରିସଂଖ୍ୟାନ କହୁଛି, ଗତବର୍ଷ ଆଜି ଦିନରେ ୨୨.୪ଲକ୍ଷ ହେକ୍ଟର ଚାଷ ଜମିରେ ଚାଷ େହାଇଥିଲା। ଏଥର ୨୨.୩୧ଲକ୍ଷ େହକ୍ଟର ଜମିରେ ଚାଷ େହଉଛି। କିନ୍ତୁ ଧାନ େକ୍ଷତ୍ରରେ ଗଜା ମରୁ଼ଡି ସ୍ଥିତି ଉପୁଜିଲାଣି। ରୁଆ େହବା ପାଇଁ େଯଉଁ ତଳି ପଡ଼ିଛି, ତାହା ଶୁଖିଗଲାଣି। ବିଲ ଫାଟି ଆଁ କରିଛି। ହଠାତ୍ ବର୍ଷା େହଲେ ବି ଅନେକ ସ୍ଥାନରେ ସ୍ଥିତି ପରିବର୍ତନ େହବା ସମ୍ଭାବନା କ୍ଷୀଣ। କୃଷି ବିଭାଗର ଜଣେ ଅଧିକାରୀ କହିଛନ୍ତି, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି, ଆସନ୍ତା ୨୫ ତାରିଖରୁ ବର୍ଷା େହବ। ଏଣୁ ଏହାକୁ ଅପେକ୍ଷା କରାଯାଉଛି।
ତେବେ ସ୍ଥିତି ଅଣାୟତ୍ତ େହବାକୁ ଯାଉଥିଲେ ହେଁ, କୃଷି ମନ୍ତ୍ରୀ ଅରୁଣ ସାହୁ ଏଯାଏ ଥରୁଟିଏ ବି ସ୍ଥିତି ସମୀକ୍ଷା କରିନାହାନ୍ତି। ରାଜସ୍ବ ବିଭାଗ ମନ୍ତ୍ରୀ ବିଧାନସଭାରେ ବିବୃତି ପଢ଼ି ଦେଇ ଦାୟିତ୍ବ ଛାଡ଼ିଦେଇଛନ୍ତି। ଚାଷୀ ଏଭଳି ତିେରାଟ ସମୟରେ କିଭଳି ପରିସ୍ଥିତିକୁ ମୁକାବିଲା କରିବ? ଚାଷୀ ପାଇଁ ବିକଳ୍ପ ବ୍ୟବସ୍ଥା କଣ କରାଯାଇଛି? ସାନି ବିହନ େଯାଗାଣ ପାଇଁ ସରକାର କିଛି ପଦକ୍ଷେପ ନେଇଛନ୍ତି କି? ଏମିତି ମାଳ ମାଳ ପ୍ରଶ୍ନର ଉତ୍ତର କେହି ଦେଉନାହାନ୍ତି।
ଏମିତି ଏକ ସଙ୍ଗିନ ସମୟରେ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ସିଏନ୍ଏନ୍ ଭାରତର ପାଣିପାଗ ସଂପର୍କରେ ଏକ ରିେପାର୍ଟ ପ୍ରକାଶ କରିଛି। ଏହି ରିେପାର୍ଟରେ ଭାରତର ପାଣିପାଗ ଚିତ୍ର ଓ ଆଗାମୀ ଦିନରେ ମା଼ଡ଼ି ଆସୁଥିବା ଜଳସଙ୍କଟ ସଂପର୍କରେ କୁହାଯାଇଛି। ଏହି ରିେପାର୍ଟ ଦର୍ଶାଉଛି େଯ ଜୁନ ୮ ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ େକରଳ ଛୁଇଁଥିଲେ ହେଁ, ତା ପରଠାରୁ ନିଷ୍କ୍ରିୟ ପ୍ରାୟ ରହିଛି। ସ୍ଥିତି ଗମ୍ଭୀର ଆଡ଼କୁ ଗଲାଣି। ଗତ କିଛି ବର୍ଷର ତଥ୍ୟକୁ ବିଚାରକୁ ନେଲେ ଏକଥା ଜଣାପଡୁଛି େଯ ହାରାହାରି ବୃଷ୍ଟିପାତ େହଉଥିବା ଦିନ ସଂଖ୍ୟା କମିବାରେ ଲାଗିଛି। ଶୁଷ୍କ ଦିନ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାଦ୍ବାରା ଭୂତଳ ଜଳ ପ୍ରତି ବିପଦ ମାଡ଼ି ଆସୁଛି। ୨୦୨୦ ସୁଦ୍ଧା ଭାରତର ୨୧ଟି ସହରରେ ଭୂତଳ ଜଳ କମିଯିବ େବାଲି ଏହି ରିେପାର୍ଟ ଆଶଙ୍କା ବ୍ୟକ୍ତ କରିଛିି, େଯଉଁଥିରେ ଭୁବନେଶ୍ବର ରହିଛି। ୨୦୩୦ ସୁଦ୍ଧା ୪୦% ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ େନଇସାରିଥିବ। ବିଶ୍ବର େଯଉଁ ୧୨୨ଟି ଦେଶ ଜଳସମସ୍ୟା ଭିତରେ ଗତି କରିବେ, ଭାରତ ସେଥିରେ ୧୨୦ ନମ୍ବରରେ ରହିଛି। ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କେବଳ ହୀରାକୁଦରେ ଜଳପତ୍ତନ କମିଛି ତା ନୁହେଁ। ବାଲିେମଳାରେ ଗତବର୍ଷ ୩୧% ଜଳ ଥିଲା, ଏବର୍ଷ ଅର୍ଥାତ୍ ଆଜି ୯%କୁ ଖସିଆସିଛି। ଅପରକୋଲାବ ୨୯% ଥିଲା। ଆଜି ଦିନରେ ଜଳଭଣ୍ଡାରର ୧୫% ଜଳ ରହିଛି। ଇନ୍ଦ୍ରାବତୀରେ ୪୨% ଜଳପତ୍ତନ ଥିଲା, ଏବର୍ଷ ୨୪.୮%କୁ ଖସିଆସିଛି। ସରକାରଙ୍କ କହିବା କଥା େହଉଛି, ଏଲନିନୋକୁ ଦୃଷ୍ଟିରେ ରଖି ବର୍ଷ ଆରମ୍ଭରୁ ଜଳ ପରିଚାଳନା କରାଯାଉଥିଲା। ମାତ୍ର ସ୍ଥିତି ଏତେ ଗମ୍ଭୀର େହବ, ଏକଥା ଆଶ୍ଚର୍ଯ୍ୟ ଲାଗୁଛି। ୨୦୧୨ ପରେ ହୀରାକୁଦରେ ଏଭଳି ପରିସ୍ଥିତି ସୃଷ୍ଟି େହାଇଛି। ତଥାପି ଏବର୍ଷ ପ୍ରଥମ ଥର ପାଇଁ ହୀରାକୁଦ ଜଳଭଣ୍ଡାରରୁ ପର୍ଯ୍ୟାୟ ଵାରି ବିଭିନ୍ନ େକନାଲରେ ପାଣି ଦିଆଯାଉଛି। କେଉଁ େକନାଲରେ କେତେ ଦିନ ପାଣି ଦିଆଯିବ, ତାହା ନିୟନ୍ତ୍ରଣ କରାଯାଉଛି। େକନାଲ ତଳମୁଣ୍ଡ ଯାଏ ପାଣି ଯାଉଛି ନା ନାହିଁ, େସ େନଇ ମୁଖ୍ୟଯନ୍ତ୍ରୀ ଓ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ପ୍ରତ୍ୟକ୍ଷ ଅନୁଧ୍ୟାନ କରିବା ଲାଗି କୁହାଯାଇଛି। ଆଉ ୧୨ରୁ ୧୫ ଦିନ ଯାଏ େକନାଲରେ ପାଣି ଦିଆଯାଇ ପାରିବ। ଯଦି ତା ଭିତରେ ସ୍ଥିତିରେ ସୁଧାର ଆସିଲାନି, ତେବେ ଜଳାଭାବ ଭୟଙ୍କର ରୂପ େନଇପାରେ।
ମିଳିଥିବା ତଥ୍ୟ ଅନୁସାରେ, ମହାନଦୀ ଉପରମୁଣ୍ଡରେ ଏହି ସମୟ ସୁଦ୍ଧା େଯତିକି ବର୍ଷା େହବା କଥା, ତାର ୪୯% େହାଇଛି। ମହାନଦୀର ତଳମୁଣ୍ଡରେ ୫୯% ବର୍ଷା େହାଇଛି। କିନ୍ତୁ ଜଳଭଣ୍ଡାରକୁ ଆଜି ଦିନରେ ୪ହଜାର ୫୫୯ କ୍ୟୁସେକ୍ ଜଳ ପ୍ରବେଶ କରୁଛି। େଯହେତୁ ଦୀର୍ଘମାସ ଧରି ନଦୀର ଶୁଖିଲା ପଡ଼ିଛି, ଏଣୁ େଯତିକି ବର୍ଷା ହେଉଛି, ତାହା ଭିଜିଯାଉଛି। ଏଣୁ ଶ୍ରାବଣ ମଝିରେ ବି ନଦୀରେ ଜଳ ପ୍ରବାହ ସମ୍ଭବ େହାଇପାରିନାହିଁ। ଅନ୍ୟ ନଦୀ େକ୍ଷତ୍ରରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି େହାଇଛି।
ଜୀବନ ହାରିଲେ ଆଉ ଜଣେ ଚାଷୀ
ବାଲେଶ୍ବର/ଚାନ୍ଦିପୁର: ବଲାଙ୍ଗୀର ଚାଷୀ ଆତ୍ମହତ୍ୟା ଘଟଣା ଉପରୁ ରହସ୍ୟ ହଟିନାହିଁ। ବିଧାନସଭାରେ ଏହି ପ୍ରଶ୍ନ ଉଠିବା ପରେ ବି ସରକାରୀ ପଦକ୍ଷେପ ନିଆଯାଇନାହିଁ। ଏପଟେ ଆଜି ବାଲେଶ୍ବର ସଦର ବ୍ଲକ ଚାନ୍ଦିପୁର ଥାନା ଅଧୀନ ପଦ୍ମପୁର ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ବର୍ଷା ଅଭାବରୁ ଧାନ ତଳି ନଷ୍ଟ ହେବା ଓ ଋଣଭାର ସହି ନ ପାରି ଗ୍ରାମର ଜଣେ ଚାଷୀ ସୁମନ୍ତ ବେହେରା(୪୫) ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ପଦ୍ମପୁର ଗ୍ରାମର ସ୍ୱର୍ଗତ କାର୍ତିକ ଚନ୍ଦ୍ର ବେହେରାଙ୍କ ପୁଅ ସୁମନ୍ତ ଆଜି ସକାଳେ ନିଜ ଜମିକୁ ଯାଇଥିଲେ। ବର୍ଷା ଅଭାବରୁ ଧାନତଳି ଶୁଖି ଯାଇଥିବା ବେଳେ ଲିଫ୍ଟ ପଏଣ୍ଟ ମଧ୍ୟ ଅଚଳ ହୋଇଥିବା ଦେଖି ନିରାଶ ହୋଇଥିଲେ। ଏହାପରେ ସେ ଘରକୁ ଫେରିବା ପରେ ତାଙ୍କ ପୁଅ ଋଣ ଦେଇଥିବା ଲୋକମାନେ ବାଟଘାଟରେ ଟଙ୍କା ମାଗୁଥିବା ସୁମନ୍ତଙ୍କୁ ଜଣାଇଥିଲେ। ଚାଷ ଚିନ୍ତା ସହ ଋଣ ଭାର ଯୋଗୁଁ ମାନସିକ ଭାରସାମ୍ୟ ହରାଇ ସୁମନ୍ତ ଶେଷର ବିଷ ପିଇ ଦେଇଥିବା କୁହାଯାଉଛି। ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ଜିଲ୍ଲା ହସ୍ପିଟାଲକୁ ନେଇ ଆସିଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି। ଉଲ୍ଲେଖଯୋଗ୍ୟ, ଗୁରୁବାର ବଲାଙ୍ଗୀରର ଚାଷୀ ଭକ୍ତବନ୍ଧୁ ଦଣ୍ଡସେନା ବିଷ ଆତ୍ମହତ୍ୟା କରିଥିଲେ। ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିଧାୟକ ସନ୍ତୋଷ ସିଂହ ସାଲୁଜା ସରକାରଙ୍କଠାରୁ ବିବୃତି ଦାବି କରିଥିଲେ। ରାଜସ୍ବ ମନ୍ତ୍ରୀ ବାଚସ୍ପତିଙ୍କ ରୁଲିଂ ଆଧାରରେ ଗୃହରେ ବିବୃତି ରଖିଥିଲେ ହେଁ, ଚାଷୀ ଆତ୍ମହତ୍ୟା ସଂପର୍କରେ କିଛି ବି କହିନଥିଲେ।