ପାଣି ପାଇଁ ଡହଳ ବିକଳ କୁଡୁମୁଲୁଗୁମ୍ମା ବାସିନ୍ଦା

କୁଡୁମୁଳୁଗୁମା: କୁଡୁମୁଲୁଗୁମ୍ମା ସଦର ଅଞ୍ଚଳରେ ପାଣି ମୁନ୍ଦାଏ ପାଇବା କାଠିକର ପାଠ ହୋଇଯାଇଛି । କଥାରେ ଅଛି ଦିପ ତଳ ଅନ୍ଧାର, ଏହି ଅଞ୍ଚଳରେ ଦୁଇ ଦୁଇଟି ଓଭର ହେଡ ମେଗା ଟାଙ୍କି ଥିଲେ ମଧ୍ୟ କର୍ମଚାରୀମାନଙ୍କ ଦାୟିତ୍ଵହୀନତା ଓ ରକ୍ଷଣାବେକ୍ଷଣ ଅଭାବରୁ ଦୀର୍ଘ ୧୨ଦିନରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ‌କୌଣସି ପ୍ରତିକାର ହୋଇପାରିନାହିଁ ।

ଏହି ଅଞ୍ଚଳରେ ବର୍ତ୍ତମାନ ଖରାର ପ୍ରକୋପ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ଓ ଏଭଳି ପରିସ୍ଥିତିରେ ଲୋକଙ୍କୁ ପାଣି ମୁନ୍ଦାଏ ପାଇବା ପାଇଁ ବାର ଦୂଆର ବୁଲିବାକୁ ପଡୁଛି, ଯାହା କି ବୋଝ ଉପରେ ନଳିତା ବିଡ଼ା ସଦୃଶ । ଉପରୋକ୍ତ ବିଷୟର ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଥିଲେ ଯେ, ପାଣି ମୋଟର ଟି ସମ୍ପୁର୍ଣ୍ଣ ରୂପେ ପୋଡିଯାଇଥିବା ଯୋଗୁଁ ତାହା ଆଉ ମରାମତି ନକରି ନୂତନ ସବ୍ ମର୍ସିବଲ ମୋଟର ଅଣାଗଲା, ଯେଉଁଥିପାଇଁ ଅପେକ୍ଷାକୃତ ଟିକିଏ ଅଧିକ ସମୟ ଲାଗିଥିଲା ଓ ଦିନେ ଦୁଇ ଦିନ ମଧ୍ୟରେ ନୂଆ ମୋଟର କାର୍ଯ୍ୟକ୍ଷମ ହେଇଯିବା ସାଙ୍ଗକୁ ପାଣି ସମସ୍ୟାର ମଧ୍ୟ ସମାଧାନ ହୋଇଯିବ । ବର୍ତ୍ତମାନ ଦେଖିବାକୁ ବାକି ରହିଲା କେଉଁଦିନ ପାଣି ସମସ୍ୟାରୁ ମୁକ୍ତି ପାଉଛନ୍ତି କୁଡୁମୁଲୁଗୁମ୍ମା ବାସୀ ।

ସମ୍ବନ୍ଧିତ ଖବର