ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା କେ.ନୂଆଗାଁ ବ୍ଲକ ଚାଞ୍ଚେଡ଼ି ପଞ୍ଚାୟତ ଅନ୍ତର୍ଗତ କେଲେମାହା ଅଙ୍ଗନୱାଡ଼ି କେନ୍ଦ୍ରରେ ପାନୀୟ ଜଳ ସମସ୍ୟା ଗୁରୁତର ହେବାରେ ଲାଗିଛି । ଅଙ୍ଗନୱାଡ଼ି କେନ୍ଦ୍ରରେ ଏକମାତ୍ର ନଳକୂପ ବହୁତ ଦିନ ହେଲା ଅଚଳ ଅବସ୍ଥାରେ ପଡ଼ିରହିଛି ।
ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ନଳକୂପ ମରାମତି ପାଇଁ ଦାବି କରିଥିଲେ ମଧ୍ୟ ଏଯାଏଁ ପାନୀୟ ଜଳ ସମସ୍ୟା ସମାଧାନ ହୋଇପାରୁ ନଥିବା କହିଛନ୍ତି ।
କୁନି କୁନି ପିଲାମାନେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି । ଏଥିସହ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ କରିବା ଏବଂ ପିଲାଙ୍କ ପିଇବା ପାଣି ବହୁ ଦୂରରୁ ବୋହି ଆଣି ଦେବାକୁ ପଡ଼ୁଛି ।
ଅଧିକ ପଢ଼ନ୍ତୁ: ଚିକିତ୍ସା ଅବହେଳାରୁ ରୋଗୀର ମୃତ୍ୟୁ: ଥାନାରେ ଅଭିଯୋଗ
ବହୁ ଦିନ ଧରି ନଳକୂପ ଅଚଳ ଥିଲେ ମଧ୍ୟ ମରାମତି କରାଯାଇ ନାହିଁ। ଅଙ୍ଗନୱାଡ଼ି କେନ୍ଦ୍ର ମୋଟ ୩୮ ଜଣ ଛାତ୍ର ଛାତ୍ରୀ ପଢ଼ୁଥିବା ବେଳେ ପାନୀୟ ଜଳ ସମସ୍ୟା ଯୋଗୁଁ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର କେଲେମାହା ଅଙ୍ଗନୱାଡ଼ି କେନ୍ଦ୍ରରେ ପାନୀୟ ଜଳ ସୁବିଧା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
ଅଧିକ ପଢ଼ନ୍ତୁ: ଚତୁର୍ଥୀ ପୂର୍ବରୁ ଜୀବନ ହାରି ଦେଲେ ନବଦମ୍ପତି