ରାଇରଙ୍ଗପୁର/ବିଜାତଳା: ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ୍ ମୁଣ୍ଡାଠାକୁରା ଗ୍ରା.ପର ଦାମୁଡିଗୋଡା ଗ୍ରାମରେ ପାନୀୟ ଜଳ ପାଇଁ ଗ୍ରାମବାସୀ ହନ୍ତସନ୍ତ ହେଉଛନ୍ତି। ଦାମୁଡିଗୋଡା ଗ୍ରାମର ଉପୁସାହିରେ ଊର୍ଦ୍ଧ୍ବ ଗ୍ରାମବାସୀ ବସବାସ କରୁଛନ୍ତି। ପୂର୍ବରୁ ଗ୍ରାମବାସୀମାନେ ନଳକୂପ ଓ ନଈରେ ଚୁଆ କରି ସେଥିରୁ ପାଣି ନେଇ ପାନୀୟ ଜଳ ଭାବେ ବ୍ୟବହାର କରୁଥିଲେ। କିଛି ବର୍ଷ ପୂର୍ବରୁ ଉକ୍ତ ଗ୍ରାମର ଉପୁସାହିରେ ସୌର ଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପ ନିର୍ମିତ ହୋଇଥିଲା । ଉକ୍ତ ସାହିର ଉପୁସାହିରେ ଦେଢବର୍ଷରୁ ଅଧିକ ହେଲା ଅଚଳ ହୋଇ ପୋଡିଥିବାରୁ ଗ୍ରାମବାସୀମାନେ ନାହିଁନଥିବା ଜଳକଷ୍ଟ ପାଉଛନ୍ତି। ଦୁଃଖର ବିଷୟ ଯେ ମୁଣ୍ଡାଠାକୁରା ପଂଚାୟତ କାର୍ଯ୍ୟଳୟଠାରୁ ମାତ୍ର ୨ କି.ମି ଦୂରତା ଥିଲେ ମଧ୍ୟ ପ୍ରଶାଶନର ନଜରରେ ପଡୁନି।
/sambad/media/post_attachments/wp-content/uploads/2023/03/IMG-20230324-WA0009.jpg)
ଏନେଇ ପଂଚାୟତର ସରପଂଚ, ଜନପ୍ରତିନିଧିଙ୍କଠାରୁ ଆରମ୍ଭ କରି ବିଡିଓ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ସୂଚନାଯୋଗ୍ୟ ଯେ ଉକ୍ତ ପ୍ରକଳ୍ପ ଗୁଡିକ ଓରେଡା ସଂସ୍ଥା ଦ୍ୱାରା କରାଯାଇଥିଲା ଏବଂ ସେ ଗୁଡିକ ମରାମତି ନିମନ୍ତେ ବାରମ୍ବାର ଉକ୍ତ ସଂସ୍ଥା ନିକଟରେ ଦାବି କଲେ ମଧ୍ୟ କୌଣସି ସୂଫଳ ମିଳୁନଥିବା ଜଣାପଡିଛି। ଏଣୁ ଯଥାଶିଘ୍ର ଉକ୍ତ ସୌରଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପକୁ ଯଥାଶୀଘ୍ର ମରାମତି କରାଯାଉ ବୋଲି ଗ୍ରାମବାସୀ ଦାବି କରୁଛନ୍ତି । ତେବେ ଦ୍ୱିପତଳ ଅନ୍ଧାର ପରି ପଂଚାୟତ କାର୍ଯ୍ୟାଳୟଠାରୁ ଅଳ୍ପ ଦୂରତାରେ ଥିବା ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ କେମିତି ମରାମତି ହୋଇପାରୁନି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛିା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/IMG-20230324-WA0008.jpg)