ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଜଳର ଗୁଣବତ୍ତା ପ୍ରଭାବିତ ହୋଇଥିବା ଗାଁଗୁଡ଼ିକରେ ଗାଁର ମାଲିକାନାରେ ଓ ପରିଚାଳନାରେ ପାନୀୟ ଜଳ ବିଶୋଧନ ୟୁନିଟ୍ମାନ ଘରୋଇ ଉଦ୍ୟମରେ ଖୋଲାଯାଉଥିବା ଦେଖିବାକୁ ମିଳିଛି। ଅନ୍ଧାରୁଆ ଗ୍ରାମପଞ୍ଚାୟତର ଅନ୍ଧାରୁଆ ଗାଁ ଓ ଗୋଡ଼ିବାରି (ଦାସପୁର) ଗାଁରେ ଏବଂ ଚନ୍ଦକା ଗ୍ରାମପଞ୍ଚାୟତର ଶିମୁଳିପାଟଣା ଗାଁରେ ଏଭଳି ୟୁନିଟ୍ ବୁଧବାର ଉଦ୍ଘାଟିତ ହୋଇଛି। ଅନମୋଲ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏବଂ ‘ସୋଲାର’ କୋଣାର୍କ ସହଯୋଗରେ ଏହା ସମ୍ଭବ ହୋଇଛି। ସେମାନଙ୍କର ରୂପାନ୍ତରଶୀଳ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ପଦକ୍ଷେପ ଅଧୀନରେ ଏହା ହୋଇଅଛି।
ଭାରତ ସରକାରଙ୍କ ସିଏସ୍ଆଇଆର୍ ଅନୁଷ୍ଠାନ ଆଇଏମ୍ଏମ୍ଟି, ଭୁବନେଶ୍ୱରର ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରି ଏହି ଜଳବିଶୋଧନ ୟୁନିଟ୍ ବସାଯାଇଛି। ଏହି ପ୍ରଯୁକ୍ତିମାଳାର ପ୍ରଥମ ଜଳବିଶୋଧନ ୟୁନିଟ୍ ଉକ୍ତ ତିନିଟି ଗାଆଁରେ ବସାଯାଇଛି। ଅନ୍ମୋଳ୍ ଇଣ୍ଡଷ୍ଟ୍ରିଜ୍ର ସିଏସ୍ଆର୍ ପରିଚାଳକ ସତ୍ୟଜିତ୍ ତିୱାରୀ, ମାନବସମ୍ଭଳ ପରିଚାଳକ ସାହିଦ୍ ହୋସେନ୍, ପ୍ଲାଣ୍ଟ ମୁଖ୍ୟ ସଂଜୟ ରାଉତ ଏହି କାର୍ଯ୍ୟକୁ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ବୋଲି ଦର୍ଶାଇଛନ୍ତି। କାରଣ ଶୁଦ୍ଧ ପିଇବାପାଣି ଟୋପେ ପାଇଁ ଲୋକେ ଭୋଗୁଥିବା କଷ୍ଟକୁ କେବଳ ଅନୁଭବୀ ହିଁ ଜାଣନ୍ତି।
/sambad/media/post_attachments/wp-content/uploads/2024/03/c7a22704-e063-4c2b-b86e-b89fbbad489c.jpeg)
ଏହି କାର୍ଯ୍ୟକ୍ରମରେ ଅନ୍ଧାରୁଆ ସରପଞ୍ଚ ସ୍ୱର୍ଣ୍ଣଲତା ବଳିୟାରସିଂହ, ଚନ୍ଦକା ସରପଞ୍ଚ ଅଜୟ ବେହେରା, ‘ସୋଲାର’ ସେକ୍ରେଟାରୀ ହରିଶ୍ଚନ୍ଦ୍ର ଦାଶ, କର୍ମୀ ଚିତ୍ତରଂଜନ ପରିଡ଼ା, ଜଳ ପରିପଳ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରୀୟ ଉପଦେଷ୍ଟା ଅମଳିନ ପଟ୍ଟନାୟକ ଉପସ୍ଥିତ ଥିଲେ। ଶ୍ରୀ ପଟ୍ଟନାୟକ କହିଲେ, ‘‘ଏକାଠି ହୋଇ ଆମେ ଗୋଷ୍ଠୀ ସଶକ୍ତୀକରଣ ଦିଗରେ କାର୍ଯ୍ୟ କରିପାରୁଛେ ଏବଂ ଏକ ସୁସ୍ଥତର ଭବିଷ୍ୟତ ପାଇଁ ଆମେ ଗୋଷ୍ଠୀ ମାଲିକାନାର ଶୁଭଶିଳା ସ୍ଥାପନ କରୁଛେ।’’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/54e59135-a3cb-4d70-9bc6-bd724d274328.jpeg)