ବଲାଙ୍ଗୀର: ବଲାଙ୍ଗୀର ଠାରେ ନିର୍ମାଣାଧୀନ ଲୋୟର ସୁକତେଲର ଅସ୍ଥାୟୀ ମାଟି ବନ୍ଧରେ ଗଚ୍ଛିତ ଥିବା ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଛି। କଂକ୍ରିଟ ଡ୍ୟାମର କିଛି ଦୂରରେ ଥିବା ଏହି ମାଟି ବନ୍ଧରେ ୯ ମିଟର ପାଣି ରହିବାର କ୍ଷମତା ଥିବା ବେଳେ ଏଥିରେ ୬ ମିଟରରୁ ଅଧିକ ବନ୍ୟା ଜଳ ଭର୍ତ୍ତି କରାଯାଇଥିଲା। ଆଗାମୀ ଦିନରେ ପୁଣି ବର୍ଷା ହେବ ନେଇ ପାଣିପାଗ ବିଭାଗ ପୂର୍ବସୂଚନା ଦେବା ପରେ ଆଜି ସକାଳେ କେନାଲ ଦ୍ୱାର ଦେଇ ମୁଖ୍ୟ ବନ୍ଧ ର ତଳ ପଟେ ଥିବା ଦୁଇଟି ଗେଟ ଦେଇ ଏହି ବନ୍ୟା ଜଳ ନିଷ୍କାସନ କରାଯାଇଛି। ବିଭାଗ ପକ୍ଷରୁ ଯେ କୌଣସି ସମୟରେ ବନ୍ୟା ଜଳ ନିଷ୍କାସନ ନେଇ ପୂର୍ବରୁ ସୂଚନା ଦେଇ ସୁକତେଲ ନଦୀ ବ୍ୟବହାର କରୁଥିବା ଲୋକଙ୍କୁ ସତର୍କକରିଥିଲେ।
ଅସ୍ଥାୟୀ ବନ୍ଧରୁ ବନ୍ୟାଜଳ ଛାଡ଼ିଲା ଲୋୟର ସୁକତେଲ
/sambad/media/post_attachments/wp-content/uploads/2023/07/IMG-20230704-WA0008.jpg)