ଭୁବନେଶ୍ବର: ରାଜ୍ୟ ସରକାର  ସମୁଦାୟ ୪୩ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ସାମର୍ଥ୍ୟ ସୃଷ୍ଟି କରିଛନ୍ତି ବୋଲି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି। ରାଜ୍ୟର ୩୧୪ ବ୍ଲକରୁ ୨୫୧ଟି ବ୍ଲକରେ ୩୫ ପ୍ରତିଶତ ଜଳସେଚନ କରାଯାଇଥିବା ନେଇ ସେ ସୂଚନା ଦେଇଛନ୍ତି । ଆଉ ୬୩ଟି ବ୍ଲକରେ ଜଳସେଚନ ପାଇଁ ସରକାର ଅନୁଦାନ ଦେବା ସହ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।

Advertisment

ସରକାର ୨୦୧୫ରୁ ୨୦୧୬ ଏବଂ ୨୦୧୯-୨୦ ମଧ୍ୟରେ  ୭ଲକ୍ଷ୪୩ହଜାର ହେକ୍ଟର ଜଳସେଚନ କରିବା ପାଇଁ ସାମର୍ଥ୍ୟ ସୃଷ୍ଟି କରିଛନ୍ତି। ପ୍ରଶ୍ନ କାଳରେ ଏହି ସୂଚନା ଦେଇଛନ୍ତି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ।