ରାଜ୍ୟରେ ବଡ ବନ୍ୟା ନାହିଁ: ଜଳସମ୍ପଦ ସଚିବ

ଭୁବନେଶ୍ୱର: ରାଜ୍ୟରେ କିଭଳି ରହିଛି ବନ୍ୟା ସ୍ଥିତି, ତାହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜଳ ସମ୍ପଦ ସଚିବ ପ୍ରଦୀପ ଜେନା | ରାଜ୍ୟରେ ବଡ଼ ବନ୍ୟା ସମ୍ଭାବନା ନଥିବାର ସଚିବ କହିଛନ୍ତି | ବର୍ତ୍ତମାନ ବର୍ତ୍ତମାନ ହୀରାକୁଦ ଡ୍ୟାମର ୧୦ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଥିବାବେଳେ ଡ୍ୟାମର ୧୦ଟି ଗେଟକୁ ବନ୍ଦ କରାଯାଇଛି | ଆବଶ୍ୟକ ପଡିଲେ ଆହୁରି ଗେଟ ବନ୍ଦ କରାଯିବ ବୋଲି ସଚିବ କହିଛନ୍ତି |

ତେବେ ହୀରାକୁଦ ଡ୍ୟାମ କର୍ତୃପକ୍ଷଙ୍କ କହିବା ମୁତାବକ ଉପରମୁଣ୍ଡରୁ ଜଳଭଣ୍ଡାରକୁ ପାଣି ପ୍ରବାହିତ କମିବା ପରେ ଗେଟ ବନ୍ଦ କରାଯିବାର ନିଷ୍ପତ୍ତି ନିଆଯାଇଛି | ମୁଣ୍ଡଳୀରେ ସାଢେ ୫ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଥିବାବେଳେ ଜଳସ୍ତର କମିବା ସହ ସ୍ଥିତି ସୁଧୁରିବାରେ ଲାଗିଛି | ସନ୍ଧ୍ୟା ସୁଦ୍ଧା ବନ୍ୟା ସ୍ଥିତିରେ ସୁଧାର ଆସିବା ସହ ଗତ ୨୪ ଘଣ୍ଟା ମଧ୍ୟରେ ବର୍ଷା ପରିମାଣ କମିଥିବାରୁ ବନ୍ୟା ସ୍ଥିତି ନାହିଁ ବୋଲି ସଚିବ କହିଛନ୍ତି | ସେହିପରି ଡେପୁଟି ଏସାରସି କହିଛନ୍ତି ଯେ ୧୧ଟି ଜିଲ୍ଲାରେ ଆଦୌ ବର୍ଷା ହୋଇନାହିଁ |

ତେବେ କେନ୍ଦ୍ରାପଡା ଓ ପୁରୀର ତଳିଆ ଅଂଚଳ ଜଳମଗ୍ନ ହୋଇଛି | ଅନୁଗୁଳ ଟିକରପଡ଼ାର ୩୦୦ ଲୋକଙ୍କୁ ଉଦ୍ଧାର କରାଯାଇଥିବାବେଳେ କେନ୍ଦ୍ରାପଡାରେ ୧୮ ଓ ପୁରୀରେ ୮୮ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି | ସେହିପରି ବଲାଙ୍ଗୀର ଓ ସୁବର୍ଣ୍ଣପୁରରେ ସ୍ଥିତିରେ ସୁଧାର ଆସିଛି |

ସମ୍ବନ୍ଧିତ ଖବର