ଭୁବନେଶ୍ୱର : ଜଳସମ୍ପଦ ବିଭାଗର କେତେକ ଅଧିକାରୀଙ୍କ ଅବହେଳା ଯୋଗୁଁ ୱାର୍କ ଚାର୍ଜଡ୍ କର୍ମଚାରୀ ମାନ୍ୟତା ପାଇବାରୁ ବଞ୍ଚିତ ତଥା ଛଟେଇ ହୋଇଥିବା ରାଜ୍ୟର ୩୮୦ କର୍ମଚାରୀ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସ୍ଥାୟୀ ନିଯୁକ୍ତି ଦାବିରେ ଏହି କର୍ମଚାରୀମାନେ ଭୁବନେଶ୍ବର ରେଳ ଷ୍ଟେସନ୍ରୁ ଏକ ଶୋଭାଯାତ୍ରାରେ ଆସି ଲୋୟର ପିଏମ୍ଜିଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଉଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଥିବା ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ବୟ ସମିତି ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ନାୟକ କହିଛନ୍ତି। ଗୋକୁଳାନନ୍ଦ ବେହେରା, ପ୍ରଶାନ୍ତ ମହାନ୍ତି, ଗୋପୀନାଥ ବାରିକ, ଶ୍ରୀମତୀ ସାହୁ, ନରୋତ୍ତମ ପାର୍ଥସାରଥି, ସୁଦର୍ଶନ ପ୍ରଧାନ, ବିଶ୍ବ ମୋହନ ମହାପାତ୍ର, ଜ୍ୟୋତ୍ସ୍ନାମୟୀ ଦେଈ, ସରୋଜ ମହାନ୍ତି, ବିକାଶ ମହାପାତ୍ର, ଅକ୍ଷୟ ଜେନା, ମାନସ ନାୟକ, କାହ୍ନୁଚରଣ ମଲ୍ଲିକ, କାହ୍ନୁଚରଣ ରାଉତରାୟ ପ୍ରମୁଖ ଏହି ବିକ୍ଷୋଭ ସମାବେଶର ନେତୃତ୍ବ ନେଉଛନ୍ତି। ନରୋତ୍ତମଙ୍କ ନେତୃତ୍ବରେ ଏକ ୮ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦନେ କରିଛନ୍ତି। ସୂଚନାଯୋଗ୍ୟ, ୨୦୦୯ ମସିହାରେ ୫୭୦୬ଜଣ ଅସ୍ଥାୟୀ କର୍ମଚାରୀ ସ୍ଥାୟୀ ହୋଇଥିଲେ। ବିଭାଗୀୟ ତ୍ରୁଟି ଯୋଗୁଁ ୩୮୦ଜଣ ବାଦ୍ ପଡ଼ିଥିଲେ। ସମିତିର ବାରମ୍ବାର ଦାବି ପରେ ୨୦୧୨ ମସିହାରେ ଏମାନଙ୍କୁ ସ୍ଥାୟୀ କରିବା ପାଇଁ ସରକାରଙ୍କୁ ନାମ ସୁପାରିସ କରିବା ପାଇଁ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ତାହା ୬ ବର୍ଷ ଧରି କାର୍ଯ୍ୟକାରୀ ହୋଇନାହିଁ। ଏଣୁ କର୍ମଚାରୀମାନେ ଆନ୍ଦୋଳନକୁ ବାଧ୍ୟ ହୋଇ ଓହ୍ଲାଇଛନ୍ତି। ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ସମୋନେ ଚେତାବନୀ ଦେଇଛନ୍ତି।
ଜଳସମ୍ପଦ ବିଭାଗ ଛଟେଇ କର୍ମଚାରୀଙ୍କ ବିକ୍ଷୋଭ
/sambad/media/post_attachments/wp-content/uploads/2018/12/sus.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)