ଘୁ.ଉଦୟଗିରି: ହଜାର ହଜାର ଚାଷୀ ଚାଷ କରି ଉପକୃତ ହେବା ସହିତ ଆର୍ଥିକ କ୍ଷେତ୍ରରେ ସୁଦୃଢ ହେବେ ବୋଲି ସରକାରଙ୍କର କ୍ଷୁଦ୍ର ଜଳ ସେଚନ ବିଭାଗ ଅଧିନରେ ରଟିଙ୍ଗିଆ ପଞ୍ଚାୟତରେ ଦୁଇଟି(କଲିନାଯୁ ଓ ମଧୁଝରି) ଡ୍ୟାମ  ନିର୍ମାଣ କରିଥିଲେ। ତାହା ଏବେ ଶୁଖି ଫାଟିଲା ପଡିଆ ସଦୃଶ ରହିଛି। ଏହି କଲିନାଜୁ  ଡ୍ୟାମର ପାଣିରେ କଲିନାଜୁ, ସାରଙ୍ଗଧରପୁର, ଝିମାଙ୍ଗିଆ, ଡକେଡି, ମଗରଗୁଡ଼ା, ଆର.ପଡିକିଆ, ଜେ.ପଡ଼ିକିଆ ଓ ବାକିକାମ୍ବା ଏବଂ ମଧୁଝରି ଡ୍ୟାମର ପାଣିରେ ଧାଙ୍ଗାଡ଼ାମାହା, ରଟିଙ୍ଗିଆ (୫ ଖଣ୍ଡ ଗ୍ରାମ) କିରାମହା ଓ ବାଉଡ଼ିନାଯୁର ହଜାର ହଜାର ସଂଖ୍ୟକ ଚାଷୀମାନେ ନିଜର ଚାଷ ପାଇଁ  ଏହି ଡ୍ୟାମର ପାଣି ଉପରେ ନିର୍ଭର କରନ୍ତି।

Advertisment

ପ୍ରତିବର୍ଷ ଏହାର କେନାଲ ଏବଂ ଅନ୍ୟାନ୍ୟ ମରାମତି ଓ ସାଜସଜ୍ଜା ପାଇଁ ଅର୍ଥ ଆସୁଥିବା ବେଳେ ବିଭାଗୀୟ ଅଧିକାରୀମାନେ ଏହାର ଅର୍ଥ ପାଣ୍ଠିକୁ ଧୂଳିସାତ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଡ୍ୟାମର ଗେଟ୍ ଖରାପ ଥିବା ହେତୁ ଏଠାରେ ପାଣି ସଞ୍ଚିତ ହୋଇ ରହୁନଥିବା ବେଳେ ଅନେକ ଥର ବା ବର୍ଷକୁ ଦୁଇ ତିନିଥର ଲିଖିତ ଅଭିଯୋଗ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ବିଭାଗୀୟ ଅଧିକାରୀଙ୍କୁ ଦେଉଥିଲେ ସୁଦ୍ଧା କୌଣସି ଅଧିକାରୀ କର୍ଣ୍ଣପାତ କରୁନଥିବା ପ୍ରକାଶ କରିଛନ୍ତି ସମସ୍ୟା ଭୋଗୁଥିବା ଏହି ସବୁ ଗ୍ରାମର ଚାଷୀମାନେ। ଏହି ଅଞ୍ଚଳର ଚାଷୀମାନେ ବର୍ଷକୁ ଦୁଇଥର (ରବି ଓ ଖରିଫ) ଫସଲ କରି ଚାଲୁଥିବା ବେଳେ ଦୀର୍ଘ ୬ ବର୍ଷ ହେଲାଣି ପାଣି ଅସୁବିଧା ଭୋଗୁଥିବା ସୂଚନା ଦେଇଛନ୍ତି।

publive-image

ସେହିପରି ଚଳିତ ବର୍ଷ ଖରାଦିନ (ଡାଳୁଆ ଧାନ) ଚାଷ କରିପାରିନଥିବା ହେତୁ ଚାଷୀମାନଙ୍କର ଦୁଃଖ କହିଲେ ନସରେ। ବିଭାଗୀୟ ଅଧିକାରୀଙ୍କ ଏଭଳି ମନମୁଖୀ କାର୍ଯ୍ୟକୁ ଜିଲ୍ଲାପାଳଙ୍କ ଜନଶୁଣାଣିରେ ଲିଖିତ ଅଭିଯୋଗ କରି ଏହାର ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି।ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି ଚାଷୀର ଏବଂ ଚାଷର ବିକାଶ ପାଇଁ ମାଳ ମାଳ ପ୍ରକଳ୍ପ ମାଳ ମାଳ ଯୋଜନା ହେଲେ ଯୋଜନା ଯୋଜନାରେ ରହୁଥିବା ବେଳେ ନିର୍ମିତ ପ୍ରକଳ୍ପ ସବୁ ଖତ ଖାଉଛି। ଜଳସେଚନ ନିମନ୍ତେ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଏହାର କାଣୀଚାଏ ମଧ୍ୟ ଖର୍ଚ୍ଚ ହେବା କିମ୍ବା ଏଥିରୁ ଚାଷୀ ଉପକୃତ ହେବା ଭଳି ଦୃଶ୍ୟ ଦେଖୁବାକୁ ମିଳୁନି।ବିଭିନ୍ନ ସମସ୍ୟା ଭିତରେ ଚାଷୀ ଗତି କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଚାଷ କ୍ଷେତ୍ରରୁ ମୁଁହ ଫେରେଇ ଦାଦନ ଖଟିବାକୁ ବାହାର ରାଜ୍ୟ ମୁଁହା ହେବାରେ ଲାଗିଛନ୍ତି। ପ୍ରଶାସନ ସବୁ ଦେଖୁଛି ସବୁ ଜାଣୁଛି ହେଲେ ନିରବ ଦ୍ରଷ୍ଟା ସାଜି ବସିଛି।

ଅନ୍ୟପକ୍ଷରେ ଜଳସେଚନ ନିମନ୍ତେ ପର୍ଯ୍ୟାପ୍ତ କ୍ଷେତ୍ର ଥିବା ସତ୍ତ୍ୱେ କ୍ଷୁଦ୍ର ଜଳ ସେଚନ ବିଭାଗ ଅଧିକାରୀ ମାନେ ଏହାର ସଦ ଉପଯୋଗ କରିବାରେ ବ୍ୟର୍ଥ ହୋଇ ସରକାରୀ ଦରମା ଖାଇ ବସିରହିଛନ୍ତି।ସରକାରୀ ଅଧିକାରୀଙ୍କ ବେପରୁଆ କାର୍ଯ୍ୟ ଯୋଗୁଁ ଚାଷୀକୁଳ ନିଜ ପାରମ୍ପରିକ ଚାଷ କାମ ଛାଡ଼ି ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି।