‘ଫନି’ ମୁକାବିଲା: ଭଦ୍ରକ-କେନ୍ଦ୍ରାପଡ଼ାରେ ଶତ ପ୍ରତିଶତ, ଯାଜପୁର-ଜଗତସିଂହପୁର-କଟକ-ଖୋର୍ଦ୍ଧାରେ ୭୦ ପ୍ରତିଶତ ଜଳ ଯୋଗାଣ

ଭୁବନେଶ୍ୱର: ବାତ୍ୟା ‘ଫନି’ରେ ପ୍ରଭାବିତ ଜିଲ୍ଲା ଗୁଡ଼ିକରେ କେତେ ପ୍ରତିଶତ ପୁନଃରୁଦ୍ଧାର କାର୍ଯ୍ୟ ହୋଇଛି ସେନେଇ ତଥ୍ୟ ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଂଜୟ ସିଂହ। ସେ କହିଛନ୍ତି କି, ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡ଼କ ମଧ୍ୟରୁ ଆଜି ୧୦ଟି ସ୍ଥାନରେ ମୋବାଇଲ ଟାଓ୍ଵାର ଟ୍ରିମେଣ୍ଟ ପ୍ଲାଣ୍ଟ ସ୍ଥାପନ ହୋଇଛି। ଯେଉଁଥିରେ ଲୋକମାନଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଏହା ଛଡ଼ା ୫୬୬ଟି ପାଣି ଟ୍ୟାଙ୍କର ବୁଲି ବୁଲି ଲୋକଙ୍କ ପାଖରେ ପାଣି ପହଁଚାଇବାର କାର୍ଯ୍ୟ କରୁଛି।

ସେହିଭଳି ବାତ୍ୟା ଫୋନିରେ ଗ୍ରମାଞ୍ଚଳରେ ପ୍ରଭାବିତ ହୋଇଥିବା ୨ ହଜାର ୩୬୪ଟି ପାଇପ୍‌ ପାଣି ଯୋଗାଣ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୯୭୬ଟିର ପୁନଃରୁଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଅନ୍ୟପଟେ ଭଦ୍ରକ ଓ କେନ୍ଦ୍ରାପଡ଼ାରେ ଗତକାଲିଠାରୁ ଶତ ପ୍ରତିଶତ ପାଇପ୍‌ ପାଣି କାର୍ଯ୍ୟକ୍ଷମ ହେଉଥିବା ବେଳେ ଯାଜପୁର, ଜଗତସିଂହପୁର, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାର ଗ୍ରାମାଞ୍ଚଳରେ ବର୍ତ୍ତମାନ ସୁଦ୍ଧା ୭୦ ପ୍ରତିଶତ ପାଇପ୍‌ ପାଣି ଯୋଗାଣ କାର୍ଯ୍ୟ ପୁନଃରୁଦ୍ଧାର ହୋଇଯାଇଛି। ଯେଉଁଥିରେ ଖୋର୍ଦ୍ଧାର ଗ୍ରାମାଞ୍ଚଳ ୩୧୧ଟି ପାଇପ୍‌ ପାଣି ଯୋଗାଣ କାର୍ଯ୍ୟକ୍ଷମ ହୋଇଛି। ସେହିଭଳି ପୁରୀ ଗ୍ରାମାଞ୍ଚଳରେ ୧୮୧ଟି ପାଇପ୍‌ ପାନୀୟ ଜଳ ଯୋଗାଣ କାର୍ଯ୍ୟର ପୁନଃରୁଦ୍ଧାର କରାଯାଇଛି। ଯାହାକି ଗତକାଲି ତଥ୍ୟ ଠାରୁ ୨୭ ପ୍ରତିଶତ ଅଧିକ ବୋଲି କହିଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଂଜୟ ସିଂହ।

ସମ୍ବନ୍ଧିତ ଖବର