କଟକ : ମହାନଦୀର ଜଳକୁ ପାନୀୟ ଜଳ ଓ କୃଷିଭିତ୍ତିକ କାର୍ଯ୍ୟ ପାଇଁ ବ୍ୟବହାର ଉପରେ ଗୁରୁତ୍ବ ଦେବା ପରିବର୍ତ୍ତେ ଶିଳ୍ପାନୁଷ୍ଠାନକୁ ଜଳ ଯୋଗାଣ ପାଇଁ ପ୍ରାଥମିକତା ଦିଆଯାଉଛି ଦର୍ଶାଇ ଦାୟର ଜନସ୍ବାର୍ଥ ମାମଲାରେ ରାଜ୍ୟ ଜଳସ˚ପଦ ବିଭାଗ ପକ୍ଷରୁ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ଜଳ ସ˚ପାଦ ବିଭାଗ, କଟକ ପୂର୍ବା˚ଚଳ- ୧ ଅଧୀକ୍ଷଣ ଯନ୍ତ୍ରୀ ବାଲେଶ୍ବରନାଥ ସାହୁଙ୍କ ପକ୍ଷରୁ ଦାଖଲ ହୋଇଥିବା ୧୫ ପୃଷ୍ଠାର ସତ୍ୟପାଠରେ ଓଡିଶା ଜଳ ଆବଣ୍ଟନ ନୀତି ୨୦୦୭ ପାଳନ ସଂପର୍କରେ କିଛି ସ୍ପଷ୍ଟ କରାଯାଇ ନାହିଁ। କେନ୍ଦ୍ରୀୟ ସ˚ଶୋଧିତ ଜଳ ଆବଣ୍ଟନ ନୀତି ୨୦୦୨ ଆଧାରରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଣୀତ ଓଡିଶା ଜଳ ଆବଣ୍ଟନ ନୀତି ୨୦୦୭ ଅନୁଯାୟୀ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାନଯାଇ ୧୯୯୩, ସେପ୍ଟେମ୍ବର ୧୩ର ବିଭାଗୀୟ ବିଜ୍ଞପ୍ତି ଅନୁଯାୟୀ ବିଭାଗୀୟ ଇ˚ଜିନିୟର ଇନ୍ ଚିଫ୍ଙ୍କ ଅଧ୍ୟକ୍ଷତାରେ ୧୦ଟି ବିଭାଗକୁ ନେଇ ଗଠିତ କମିଟିର ନିଷ୍ପତ୍ତି କ୍ରମେ ଶିଳ୍ପାନୁଷ୍ଠାନକୁ ଜଳ ଯୋଗାଇ ଦିଆଯାଇଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି।
ବିଭିନ୍ନ ଶିଳ୍ପ ସ˚ସ୍ଥାକୁ ରାଜ୍ୟ ଜଳ ସ˚ପଦ ବିଭାଗ ମହାନଦୀ ଜଳ ଯୋଗାଇଦେବା ଯୋଗୁ କେନାଲଗୁଡିକରେ ଜଳ ପ୍ରବାହ ବନ୍ଦ ହୋଇଯିବ ବୋଲି ଆବେଦନକାରୀଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗକୁ ବିଭାଗ ପକ୍ଷରୁ ଖଣ୍ତନ କରାଯାଇଛି। କେତେକ ଶିଳ୍ପ ସଂସ୍ଥା ଭୂତଳ ଜଳ ବ୍ୟବହାର କରୁଛନ୍ତି ବୋଲି ଜବାବରେ ଦର୍ଶାଯାଇଛି। ଅନ୍ୟପକ୍ଷରେ ଭୂତଳ ଜଳର ଅପବ୍ୟବହାର ରୋକିବା ପାଇଁ ସମସ୍ତ ଆରଡିସି, ଜିଲ୍ଳାପାଳ ଓ ଅନ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ବିଭାଗ ପକ୍ଷରୁ ପାନୀୟ ଜଳ ଯୋଗଣକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଉଛି। ତା ପରେ ପରିବେଶକୁ ଏବଂ ତୃତୀୟରେ ଚାଷ ଓ ଜଳସେଚନକୁ ପ୍ରାଧାନ୍ୟ ଦିଆଯାଉଛି। ଚାଷୀଙ୍କୁ ଜଳ ସେଚନ ସୁବିଧା ପ୍ରଦାନ କ୍ଷେତ୍ରରେ ଜଳ ନିଅଣ୍ଟ ସମସ୍ୟା ପଛରେ ବହୁ କାରଣ ରହିଛି। ଜଳ ଭଣ୍ଡାର ଗୁଡିକୁ ଆଶା ଠାରୁ କମ୍ ପାଣି ଆସୁଥିବା ଏଥି ମଧ୍ୟରୁ ଏକ ପ୍ରମୁଖ କାରଣ। ଏଥି ସହିତ ପାଣିର ଅପବ୍ୟବହାର ମଧ୍ୟ ଦାୟୀ।
ଆବେଦନକାରୀ ଗୌରାଙ୍ଗ ଚରଣ ହୋତାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଜଗନ୍ନାଥ ପଟ୍ଟନାୟକ ମାମଲା ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/ohc.jpg)