ପାନୀୟଜଳ ଯୋଗାଣ ବ୍ୟବସ୍ଥାର ବିକେନ୍ଦ୍ରୀକରଣ

ଭୁବନେଶ୍ବର : ଗ୍ରାମାଞ୍ଚଳର ଲୋକମାନଙ୍କୁ ପାନୀୟଜଳ ଯୋଗାଇଦେବା ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନ ଓ କମ୍ୟୁନିଟି ସଂସ୍ଥାକୁ ସଂପୃକ୍ତ କରାଯାଇଛି। ଏହା ସହିତ ପାନୀୟ ଜଳଯୋଗାଣ ବ୍ୟବସ୍ଥାର ବିକେନ୍ଦ୍ରୀକରଣ ହୋଇଛି।

ଆଜି ବିଭାଗୀୟ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ରାଜ୍ୟର ଗ୍ରାମୀଣ ଜଳଯୋଗାଣ କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିବା ବେଳେ ଉପରୋକ୍ତ ସୂଚନା ପ୍ରକାଶ ପାଇଥିଲା। ଜଳଯୋଗାଣ ସଂକ୍ରାନ୍ତ ସୂଚନାନୁସାରେ ବର୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ବସିଥିବା ୪.୬୦ ଲକ୍ଷ ଟ୍ୟୁବ୍‌‌ୱେଲ୍‌ ଜରିଆରେ ଅଧିକାଂଶ ଗ୍ରାମକୁ ପାନୀୟଜଳ ଯୋଗାଇ ଦିଆଯାଉଛି। ଅତିରିକ୍ତ ୫୬ ହଜାର ଜନବସତିକୁ ଜଳ ଯୋଗାଇବା ପାଇଁ କାର୍ଯ୍ୟକାରୀ ହେଉଛି ପାଇପ ଜଳଯୋଗାଣ ପ୍ରକଳ୍ପ। ରାଜ୍ୟର ୬୮୦୧ଟି ଗ୍ରାମପଞ୍ଚାୟତ ମଧ୍ୟରୁ ୧୧୧୬ଟି ପାଇପ ଜଳଯୋଗାଣ କାର୍ଯ୍ୟକ୍ରମରୁ ବାଦ୍‌ ପଡ଼ିଛି। ପ୍ରାୟ ୪୨୦୦ ନୂଆ ପାଇପ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ଆଗେଇଛି। ଚଳିତ ଆର୍ଥିକ ବର୍ଷରେ ହୋଇଥିବା ୨୫୧୫.୭୬ କୋଟିର ବ୍ୟୟବରାଦରୁ ୧୫୪୭.୦୧ କୋଟି ବ୍ୟୟ କରାଯାଉଥିବା ବୈଠକରେ ସୂଚନା ଦିଆଯାଇଥିଲା।

ସମ୍ବନ୍ଧିତ ଖବର