ସମ୍ବଲପୁର: ଗୁରୁବାର ସକାଳ ୧୦ଟାରୁ ଶୁକ୍ରବାର ଅପରାହ୍ଣ ୪ଟା ପର୍ଯ୍ୟନ୍ତ ସମ୍ବଲପୁର ସହରରେ ଜଳ ଯୋଗାଣ ବନ୍ଦ ରହିବ। ଜଳ ଯୋଗାଣ ପାଇପ୍‌ ସଂଯୋଗୀକରଣ କରିବା ପାଇଁ ଏଭଳି ନିଷ୍ପତ୍ତ ନିଆଯାଇଥିବା ପିଏଚ୍‌ଡି ବିଭାଗ ପକ୍ଷରୁ କହାଯାଇଛି। ସକାଳେ ସହରର ସବୁ ଵାର୍ଡକୁ ଜଳ ଯୋଗାଣ ଦିଆଯିବ।

Advertisment

କେବଳ ସନ୍ଧ୍ୟା ସମୟରେ ସମ୍ବଲପୁର ଓ ହୀରାକୁଦ ଅଞ୍ଚଳରେ ଜଳ ଯୋଗାଣ ବାଧାପ୍ରାପ୍ତ ହେବ ବୋଲି କହାଯାଇଛି। ପ୍ରଭାବିତ ଅଞ୍ଚଳ ଏବଂ ମେଡିକାଲ୍‌ ଭଳି ଗୁରୁତ୍ବପୂର୍ଣ୍ଣ ସ୍ଥାନଗୁଡ଼ିକୁ ଟ୍ୟାଙ୍କର୍‌ ଯୋଗେ ଜଳ ଯୋଗାଇ ଦିଆଯିବ ବୋଲି ପିଏଚ୍‌ଡି ବିଭାଗ ପକ୍ଷରୁ କହାଯାଇଛି।