୯ଟି ବୃହତ୍‌ ଜଳ ଯୋଗାଣ ପ୍ରକଳ୍ପ ସହାୟତାରେ ୧୦୨ଟି ଗ୍ରାମ ପଞ୍ଚାୟତକୁ ଜଳ ଯୋଗାଣ

ଭୁବନେଶ୍ବର: ରାଜ୍ୟରେ ଏବେ ୪ଟି ଜିଲ୍ଲାରେ ୧୨ଟି ବ୍ଲକ୍‌ରେ ୯ଟି ବୃହତ୍‌ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ କରୁଛି। ଏହା ମାଧ୍ୟମରେ ୧୦୨ଟି ଗ୍ରାମ ପଞ୍ଚାୟତକୁ ପାନୀଳ ଜଳ ଯୋଗାଇ ଦିଆଯାଉଛି। ଏଥିରେ ୪୫ଟି ଗ୍ରାମ ପଞ୍ଚାୟତ ସଂପୂର୍ଣ୍ଣ ଓ ୫୭ଟି ଆଂଶିକ ଜଳ ଯୋଗାଣ ରହିଛି। ଏହାବାଦ୍ ୧୧୦ଟି ବୃହତ୍‌ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଆସନ୍ତା କିଛିବର୍ଷ ଭିତରେ ଏସବୁ ପ୍ରକଳ୍ପ ସଂପୂର୍ଣ୍ଣ ହେବ ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା। ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଜେନା କହିଛନ୍ତି ଯେ ରାଜ୍ୟରେ ବୃହତ୍‌ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସ୍ଥାପନ ପାଇଁ ୨୨,୬୨୫ କୋଟି ଟଙ୍କାର ଅଟକଳ କରାଯାଇଛି। ଏଥିରେ ୧୦,୮୨୮.୨୪ କୋଟି ଟଙ୍କା ଖର୍ଚ କରାଯାଇଛି।

ସମ୍ବନ୍ଧିତ ଖବର