ସୁନ୍ଦରଗଡ଼: ହେମଗିର ଥାନା ଓସ୍ତାଲି ଘାଟିରେ ଏକ ପିକଅପ ଭ୍ୟାନ୍ ୨୦ ଫୁଟ୍ ତଳକୁ ଖସି ପଡ଼ିଥିଲା। ଏଥିରେ ଶାଶୂ ବୋହୂଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବାବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ତାର ଠିକ୍ ଘଣ୍ଟାଏ ପରେ ଗର୍ଜନବାହାଲ କୋଇଲା ଖଣି ଗେଟ୍ ନିକଟରେ ପୁଣି ଏକ ଦୁର୍ଘଟଣା ଘଟିଛି। ଏକ ପାଣି ଟ୍ୟାଙ୍କର ପଛୁଆ ମାଡ଼ି ଆସି ସ୍କୁଟି ଉପରେ ଚଢ଼ି ଯାଇଛି। ଫଳରେ ସ୍କୁଟି ଆରୋହୀ ଡୁଡୁକାର ମହମ୍ମଦ ସରିଫଙ୍କ ଜୀବନ ଯାଇଛି। ମୃତ ମହମ୍ମଦ ଏକ କମ୍ପାନିର ୱେଲଡର୍ ଭାବେ କାମ କରୁଥିଲେ। ଡୁଡୁକାରୁ ସ୍କୁଟିରେ କର୍ମକ୍ଷେତ୍ରକୁ ଯାଉଥିଲେ। ଗର୍ଜନବାହାଲ ଖଣି ନିକଟ ରାସ୍ତାରେ ପାଣି ସିଞ୍ଚନ କରୁଥିବା ଟ୍ଯାଙ୍କର ତାଙ୍କୁ ପଛୁଆ ଧକ୍କା ଦେବା ସହ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣ ଚାଲି ଯାଇଥିବାବେଳେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଲାଇଛି।
ହେମଗିରରେ ପୁଣି ଦୁର୍ଘଟଣା: ସ୍କୁଟିକୁ ଚାପି ଦେଲା ପାଣି ଟ୍ୟାଙ୍କର, ଜଣେ ମୃତ
/sambad/media/post_attachments/wp-content/uploads/2024/05/24ee9589-6653-4d3d-bb24-2e37617239eb.jpeg)