ବୀରମହାରାଜପୁର : ବୀରମହାରାଜପୁର ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପ ଠୋଙ୍ଗୋ ଡ୍ୟାମ୍ରୁ ବୁଧବାର ଖରିଫ ଚାଷ ପାଇଁ ପ୍ରଥମ କରି କେନାଲରେ ପାଣି ଛଡ଼ାଯାଇଛି। କେନାଲ୍ ଗେଟ୍ ପାଖରେ ପୂଜା କରି ନଡ଼ିଆ ଭାଙ୍ଗିବା ପରେ କେନାଲ ଗେଟ୍ ଖୋଲା ଯାଇଥିଲା।
ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପର ସହକାରୀ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ଜେନା, କନିଷ୍ଠ ଯନ୍ତ୍ରୀ ସମିର କାନ୍ତ ସିଂହ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ବୀରମହାରାଜପୁର ଅଞ୍ଚଳରେ ଏବେ ଧାନ ରୁଆ କାର୍ଯ୍ୟ ଆରମ୍ଭ ହୋଇଛି। ଯଦିଓ ହରିହର ଯୋର୍ କେନାଲ ତଳମୁଣ୍ଡରେ ବର୍ଷା ପାଣିରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଛି। ତଥାପି ଜଳସେଚନ ବିଭାଗର ନିର୍ଦ୍ଦେଶ ପରେ ଆଜି କେନାଲ୍ ପାଣି ଛଡ଼ା ଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/9bbdb090-6f47-40c7-a7c8-a35ba772a19b.jpg)