ଭୁବନେଶ୍ବର:ଦେଶର ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଏବେ ରାଜ୍ୟର ପଞ୍ଚାୟତ ନିର୍ବାଚନ ଉପରେ ନଜର ରହିଛି। ନିର୍ବାଚନ ହେବ ନା ଘୁଞ୍ଚିବ ଏନେଇ ରାଜ୍ୟ ନିର୍ବାଚନ କମିସନଙ୍କ ନିଷ୍ପତ୍ତି ଉପରେ ସାରା ରାଜ୍ୟର ନଜର ରହିଛି। ଏହାରି ଭିତରେ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି। ବୈଠକ ସରିବା ପରେ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି ପଞ୍ଚାୟତ ନିର୍ବାଚନ ଲାଗି ଗାଇଡଲାଇନ୍ ପ୍ରସ୍ତୁତ କରୁଛୁ। କୋଭିଡ ସମୟରେ କିପରି ନିର୍ବାଚନ ହେବ ସେନେଇ ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି।
ବୈଠକରେ ବିଜେଡି ସାଂସଦ ଅମର ପଟ୍ଟନାୟକ, କଂଗ୍ରେସରୁ ଗଶେଶ୍ୱର ବେହେରା ଏବଂ ଶିବାନନ୍ଦ ରାୟ ଓ ବିଜେପି ବିଧାୟକ ମୋହନ ମାଝୀ ଏବଂ ପଂଚାୟତ କମିଟି ଆବାହକ ଶଙ୍କର୍ଷଣ ପରିଡାଙ୍କ ସହିତ ୪ ଜଣିଆ ଟିମ୍ ସାମିଲ ହୋଇଛନ୍ତି। ସିପିଆଇ, ସିପିଏମ୍ ସମେତ ଅନ୍ୟ ରାଜନୈତିକ ଦଳର ପ୍ରତିନିଧିମାନେ ବୈଠକରେ ଯୋଗ ଦେଇଛନ୍ତି। କୋଭିଡ୍ ସଂକ୍ରମଣ ଭିତରେ କିପରି ନିର୍ବାଚନ ହେବ। ନିର୍ବାଚନ ନେଇ କ’ଣ ଗାଇଡଲାଇନ୍ ରହିବ, ସେନେଇ ଆଲୋଚନା କରାଯିାଇଛି। ଏହାପରେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ରାଜ୍ୟ ନିର୍ବାଚନ କମିସନ ଭେଟିବାର କାର୍ଯ୍ୟକ୍ରମ ରହିଛି।
ପଞ୍ଚାୟତ ନିର୍ବାଚନ ଲାଗି ଗାଇଡଲାଇନ୍ ପ୍ରସ୍ତୁତ କରୁଛୁ: ରାଜ୍ୟ ନିର୍ବାଚନ କମିସନ
/sambad/media/post_attachments/wp-content/uploads/2022/01/aditya-padhi-odisha-bytes.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)