କନ୍ଧମାଳ: କନ୍ଧମାଳର ଉନ୍ନତି ପାଇଁ ସରକାର ତତ୍ପର ବୋଲି ଶନିବାର ଦିନ ବାଲିଗୁଡ଼ାରେ ଆୟୋଜିତ କାଳିଆ ଓ ମିଶନ ଶକ୍ତି ମହାସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ କାଳିଆ ଯୋଜନାରୁ ଭୂମିହୀନ ଓ ଗରିବ ଚାଷୀଙ୍କୁ ସହାୟତା ମିଳୁଛି। ଆମ ସରକାର ଚାଷୀଙ୍କ ପ୍ରତି ସମର୍ପିତ। ଏହି ଯୋଜନାରେ ମିଳୁଥିବା ଅର୍ଥ ଆପଣମାନଙ୍କର। ଏହାକୁ ଚାଷବାସରେ ବିନିଯୋଗ କରି ଉନ୍ନତି କରନ୍ତୁ। ମୁଁ ସର୍ବଦା ଗରିବ ଚାଷୀ ଓ ଲୋକମାନଙ୍କ ସହ ରହିଛି। ଯେଉଁମାନେ କାଳିଆ ଯୋଜନାରୁ ଆର୍ଥିକ ସହାୟତା ପାଇ ନାହାନ୍ତି, ଏପ୍ରିଲ୍ ପହିଲା ସୁଦ୍ଧା ସେମାନଙ୍କୁ ଟଙ୍କା ମିଳିଯିବ।