ଭୁବନେଶ୍ବର: ଟିକାକରଣ କ୍ଷେତ୍ରରେ ଓଡ଼ିଶାକୁ ଆଉ ଏକ ସଫଳତା ମିଳିଛି। ରାଜ୍ୟରେ ୫ କୋଟି ଡୋଜ୍ ଟିକା ଦିଆଯାଇଛି । ଶୁକ୍ରବାର ରାଜ୍ୟରେ ଟିକାକରଣ ୫ କୋଟି ଡୋଜ୍ ଟପିବା ସହିତ ଓଡିଶା ଟିକାକରଣ କ୍ଷେତ୍ରରେ ଆଉ ଏକ ମାଇଲଷ୍ଟୋନ୍ ଅତିକ୍ରମ କରିଛି । ତେବେ ଏନେଇ ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ କରି ସମସ୍ତ କୋଭିଡ୍ ଯୋଦ୍ଧାଙ୍କୁ ଶୁଭେଚ୍ଛା ଜଣାଇଛି ।
ସ୍ୱାସ୍ଥ୍ୟ ବିଭାଗ ଟୁଇଟ୍ କରି କହିଛି, ଶୁଭେଚ୍ଛା ଓଡ଼ିଶା! ଆମେ ଟିକାକରଣ କ୍ଷେତ୍ରରେ ଆଉ ଏକ ମାଇଲଷ୍ଟୋନ୍ ଅତିକ୍ରମ କରିଛେ । ରାଜ୍ୟରେ ଟିକାକରଣ ୫ କୋଟି ଡୋଜ୍ ଟପିଛି । ଏଥିପାଇଁ ଆମର ସମସ୍ତ କୋଭିଡ୍ ଯୋଦ୍ଧାଙ୍କୁ ସାଲ୍ୟୁଟ୍ । ସମସ୍ତ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ଦିନରାତି ପରିଶ୍ରମ ଫଳରେ ଓଡ଼ିଶା ଏହି ସଫଳତା ପାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ଟୁଇଟ୍ କରି ଲେଖିଛି ।
Congratulations Odisha!
We have achieved the milestone of administration of 5 Cr #COVID19 vaccine doses to our citizens.
Salute to our COVID Warriors, our Healthcare and Frontline Workers who have worked day and night to help us achieve it. #OdishaCares
— H & FW Dept Odisha (@HFWOdisha) December 31, 2021
ରାଜ୍ୟରେ ଏବେ ଓମିକ୍ରନ୍ ଭୟ ବଢିବାରେ ଲାଗିଛି । ଏପରି ସ୍ଥିତିରେ ଟିକାକରଣ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ ମତ ରଖୁଛନ୍ତି । ଏହାରି ଭିତରେ ରାଜ୍ୟରେ ଟିକାକରଣ ୫ କୋଟି ଡୋଜ୍ ଟପିବା ନିହାତି ପକ୍ଷେ ଆଶ୍ୱସ୍ଥିର ବିଷୟ । ତେବେ ରାଜ୍ୟରେ ଏବେ ଟିକାକରଣ ଏକ ମାଇଲଷ୍ଟୋନ୍ ଅତିକ୍ରମ କରୁଥିବାବେଳେ, କୋଭିଡ୍ ସଂକ୍ରମଣ ବୃଦ୍ଧି ଚିନ୍ତାର ବିଷୟ ପାଲଟିଛି ।