ରାଇରଙ୍ଗପୁର: ପୂର୍ବରୁ ରାଇରଙ୍ଗପୁର ଉପଖଣ୍ଡର ଅଧିକାଂଶ ଅଞ୍ଚଳ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ବର୍ତ୍ତମାନ ବଡ଼ବଡ଼ କୋଠା ନିର୍ମାଣ କରିବା ପାଇଁ ଗଛଲତାକୁ କାଟି ଦିଆଯାଉଥିବାରୁ ପାଣିପାଗ ଓ ପରିବେଶ ଉପରେ ଏହାର ପ୍ରଭାବ ପଡ଼ିଛି। ଆଜି ଏଠାରେ ଆୟୋଜିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ଏହିଭଳି ମତ ପ୍ରକାଶ ପାଇଛି। ରାଇରଙ୍ଗପୁର ସହର ୧୩ ନଂ ୱାର୍ଡରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଜଲେନ ନାଏକ ମୁଖ୍ୟଅତିଥି ଭାବେ ଯୋଗ ଦେଇ କହିଥିଲେ, ସୁସ୍ଥ ସମାଜ ଗଠନ ପାଇଁ ସୁରକ୍ଷିତ ପରିବେଶ ଜରୁରୀ। ଆମ ଚାରିପଟ ପରିବେଶ ଯଦି ସବୁଜ ସୁନ୍ଦର ହେବ, ତେବେ ମାନସିକତା ଉପରେ ଏହାର ସକରାତ୍ମକ ପ୍ରଭାବ ପଡ଼ିବ। ତେଣୁ ପରିବେଶକୁ ସୁରକ୍ଷିତ ରଖିବା ଆମର ନୈତିକ କର୍ତ୍ତବ୍ୟ ହେଉ। ଏହି ଅବସରରେ ବିଧାୟକ ଶ୍ରୀ ନାଏକ ‘ସମ୍ବାଦ’ର ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ। ଏଥିସହ ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କୁ ପରିବେଶ ସୁରକ୍ଷା ବାବଦ ଅଧିକ ସଚେତନ କରିବାକୁ ପରାମର୍ଶ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ତଥା ପରିବେଶବିତ୍ ଲଳିତ ମହାନ୍ତ, ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ପ୍ରଦୀପ୍ତ କୁମାର କବି ଯୋଗଦେଇ ଜଳବାୟୁ ପରିବର୍ତ୍ତନ, କିପରି ପୃଥିବୀକୁ ବିପର୍ଯ୍ୟୟ ମୁହଁକୁ ଟାଣିନେଉଛି ସେ ବାବଦ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ରାଇରଙ୍ଗପୁର ସହରକୁ ପ୍ରଦୂଷଣ ମୁକ୍ତ କରିବା ସହ ପରିବେଶ ସନ୍ତୁଳନ ରକ୍ଷା କରିବା ପାଇଁ ସହରବାସୀ ଏକଜୁଟ୍ ହେବାକୁ ଉଭୟ ମତ ଦେଇଥିଲେ। ରାଇରଙ୍ଗପୁର ଟେକ୍ନୋୱାର୍ଲଡ୍ କଲେଜର ଛାତ୍ରଛାତ୍ରୀଙ୍କ ସହ ସ୍ଥାନୀୟ ବୁଦ୍ଧିଜୀବୀ ଓ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/sfhsfsfh.jpg)