ଭୁବନେଶ୍ବର : ଧାମନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହାରିବା ପରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଆମେ ଧାମନଗର ଜନମତକୁ ସମ୍ମାନ ଦେଉଛୁ। ଧାମନଗରରେ ପୂର୍ବତନ ବିଧାୟକ ଜଣେ ଜନପ୍ରିୟ ନେତା ଥିଲେ। ତାଙ୍କ ପୁଅକୁ ଟିକଟ୍ ଦିଆଯାଇଥବାରୁ ସେ ଜିତିଲେ। ଏଥିରେ ବିଜୁ ଜନତା ଦଳ ବିଚଳିତ ନୁହେଁ। ୨୦୨୪ ନିର୍ବାଚନର ବିଜେଡି ଜିତି ସରକାର କରିବ। କାହିଁକିନା ଆମେ ଲୋକଙ୍କ ସହ ଓ ସେମାନଙ୍କ ସୁବିଧା ଅସୁବିଧାରେ ରହିଛୁ।
The Indian Expressମାତୃଶକ୍ତି ଏବଂ ଯୁବଶକ୍ତିର ବିଜୟ: ଧର୍ମେନ୍ଦ୍ର
ଭୁବନେଶ୍ବର : ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ଜିତିବା ପରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଧାମନଗର ଉପନିର୍ବାଚନରେ ଧର୍ମର ଜୟ ହୋଇଛି। ଏହି ବିଜୟ ଦ୍ୱାରା ମାତୃଶକ୍ତି ଏବଂ ଯୁବଶକ୍ତିର ବିଜୟ ହୋଇଛି। ସୂର୍ଯ୍ୟବଂଶୀ ସୁରଜଙ୍କୁ ଶୁଭେଚ୍ଛା ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ୱର୍ଗୀୟ ବିଷ୍ଣୁ ଭାଇଙ୍କ ପ୍ରତି ଧାମନଗରବାସୀଙ୍କର ଥିବା ଭଲ ପାଇବା, ସ୍ନେହ ଓ ଶ୍ରଦ୍ଧାର ବିଜୟ । ଓଡ଼ିଆ ସ୍ୱାଭିମାନର ବିଜୟ ହୋଇଛି।
ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବାବା ଆଖଣ୍ଡଳମଣିଙ୍କ ଆଶୀର୍ବାଦରୁ ଜନସାଧାରଣଙ୍କ ଭଲ ପାଇବା ଓ ଆମ କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମ ସାର୍ଥକ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତିଫଳନ ହୋଇଛି। ଆମ ଦଳକୁ ବିଜୟୀ କରିଥିବା ଧାମନଗରବାସୀଙ୍କୁ ଅଶେଷ ଅଶେଷ କୃତଜ୍ଞତା। ସେ କହିଛନ୍ତି, ଧାମନଗର ମାଟି ହେଉଛି ରାଜା ମୁକୁନ୍ଦ ଦେବଙ୍କର ବୀରତ୍ୱ ଗାଥାର ସ୍ମୃତିକୁ ସାଉଁଟି ରଖିଥିବା ମାଟି। ଏହି ଅଞ୍ଚଳର ସ୍ୱାଭିମାନୀ ଧାମନଗରବାସୀମାନେ ସର୍ବଦା ଯୋଗ୍ୟ ପ୍ରତିନିଧିଙ୍କୁ ନିର୍ବାଚିତ କରିଥା’ନ୍ତି । ସୂର୍ଯ୍ୟବଂଶୀ ସୁରଜଙ୍କ ପରି ଯୋଗ୍ୟ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ନେଇ ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/naveen-patnaik-ff.png)