ରାହୁଲ ଯାହା ନିଷ୍ପତ୍ତି ନେବେ ତାହାକୁ ମାନିବୁ: ତାରା

ଭୁବନେଶ୍ବର : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇଥିବା ନେଇ ଗତ କିଛି ଦିନ ଧରି କଳ୍ପନାଜଳ୍ପନା ଜାରି ରହିଛି। ଏହାକୁ ନେଇ ମୁହଁ ଖୋଲିଛନ୍ତି ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି। ତାରା କହିଛନ୍ତି ଯେ ରାହୁଲ ଓ ସୋନିଆ ଗାନ୍ଧି ଯାହାକୁ ସଭାପତି କରିବେ ତାହାକୁ ‌ସମସ୍ତେ ମାନିବାକୁ ପ୍ରସ୍ତୁତ ଅଛନ୍ତି। ଦଳ ଭିତରେ ଫାଟ ରହିଛି। ଅନେକ ଲୋକ ବିଜେଡି ସହିତ ସାମିଲ ହୋଇ ବହୁତ ଫାଟ କରିସାରିଲେଣି। ଅନେକ ନେତା ବିଜେପିର ଯୋଗାଯୋ‌ଗରେ ମଧ୍ୟ ରହିଛନ୍ତି। ଏହାକୁ ସୁଧାରିବା କଷ୍ଟକର ବ୍ୟାପାର। ରାହୁଲ ଓ ସୋନିଆଙ୍କ ବିରୋଧରେ କହୁଥିବା ଲୋକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉନାହିଁ। ଦଳରେ ସ୍ବାଧୀନତା ରହିଛି, ହେଲେ ଏତେ ସ୍ବାଧୀନତା ଠିକ୍ ନୁହେଁ। ତେବେ ପିସିସି ସଭାପତି ପାଇଁ ଲବି କରିନାହିଁ। ‌ହେଲେ ମିଳିଲେ ଛାଡ଼ିବି ନାହିଁ ବୋଲି ତାରା କହିଛନ୍ତି।

ଅପରପକ୍ଷରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଦଳକୁ ଦୁର୍ବଳ କରିବାକୁ ଦେବି ନାହିଁ। ଯେଉଁମାନେ ମୋର ଇସ୍ତଫା ଦାବି କରୁଛନ୍ତି ସେମାନେ ସଭାପତି ହୁଅନ୍ତୁ। ସଭାପତି ପଦବିରେ ଥାଏ କି ନ ଥିଲେ ମଧ୍ୟ ଦଳକୁ ମଜବୁତ କରିବି। ଏହା ମୋର ନୈତିକ କର୍ତବ୍ୟ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର