ରାଉରକେଲା: ପ୍ରଦୂଷିତ ପରିବେଶ ପୃଥିବୀକୁ ଧ୍ବଂସ ଆଡ଼କୁ ଠେଲି ଦେଉଛି। ପରିବେଶ ବଞ୍ଚିଲେ, ଆମେ ବଞ୍ଚିବା। ସାଂପ୍ରତିକ ସ୍ଥିତିରେ ସୁନ୍ଦର ପୃଥିବୀଟିଏ ପାଇଁ ଆମକୁ ଏକାଠି ହୋଇ କିଛି କରିବାକୁ ପଡ଼ିବ ବୋଲି ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ କହିଛନ୍ତି। ରବିବାର ଗଙ୍ଗାଧରପାଲିରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଧାୟକ ଶ୍ରୀ ନାୟକ କହିଥିଲେ ଯେ ସହରାଞ୍ଚଳରେ ଚାରାରୋପଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବଜେଟ୍ରେ କୌଣସି ବ୍ୟବସ୍ଥା ନଥିଲା। ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି) ବନ ବିଭାଗ ସହାୟତାରେ ସହର ଓ ଏହାର ଚତୁଃପାର୍ଶ୍ବରେ ଚାରାରୋପଣ କରି ଜାତୀୟ ପୁରସ୍କାର ପାଇଛି। ୨୦୧୦-୧୧ରେ ପୂର୍ବ ବିଜେଡି ସରକାର ସହରାଞ୍ଚଳ ବନୀକରଣ ପାଇଁ ସ୍ବତନ୍ତ୍ର ବଜେଟ୍ ଆଣିଥିଲେ। ଗତ ୧୪ ବର୍ଷ ମଧ୍ୟରେ ରାଉରକେଲା ବନଖଣ୍ଡରେ ବନୀକରଣ ପାଇଁ ୧୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ଯାହାର ପ୍ରତିଫଳନ ହେଉଛି ସହରର ଦୁର୍ଗାପୁର ପାହାଡ଼। ଲଣ୍ଡାପାହାଡ଼ ଆଜି ୮୦% ସବୁଜିମା ହୋଇପାରିଛି। ବନ୍ୟଜନ୍ତୁଙ୍କ ସୁରକ୍ଷିତ ବାସସ୍ଥଳୀ ପାଲଟିଛି। ସୁସ୍ଥ ଜୀବନ ପାଇଁ ଆମକୁ ପରିବେଶ ସୁରକ୍ଷା ଦିଗରେ ଏକାଠି ହୋଇ କାମ କରିବାର ସମୟ ଆସିଛି ବୋଲି ବିଧାୟକ ଶ୍ରୀ ନାୟକ କହିଥିଲେ।
ଆର୍ଏସ୍ପିର ଅବସରପ୍ରାପ୍ତ ଉପମହାପ୍ରବନ୍ଧକ ତଥା ସମାଜିକ କର୍ମୀ ଇଂ. ଖଦାଳ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ, ଦେଶ ବିକାଶରେ ନୂଆ ନୂଆ ପ୍ରକଳ୍ପର ଆବଶ୍ୟକତା ରହିଛି। ହେଲେ ବିକାଶ ନାଁରେ ଅବାଧ ଗଛ କଟା ନ ଯାଉ। ଯେଉଁଠି ବି ଗଛ କଟାଯାଉଛି, ସେଠାରେ ତା’ର ୩ ଗୁଣା ଚାରାରୋପଣ କରାଯାଉ। ଜଳ, ବାୟୁ, ମାଟି ଏତେ ମାତ୍ରାରେ ପ୍ରଦୂଷିତ ହେଉଛି ଯେ ଆମେ ବଞ୍ଚିବା କଷ୍ଟକର ହୋଇପଡ଼ିଛି। ପରିବେଶକୁ ସୁସ୍ଥ ରଖିବା ଲାଗି ଆମେ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରିବାର ସମୟ ଆସିଛି ବୋଲି ସେ କହିଥିଲେ। ଅବସରପ୍ରାପ୍ତ ଶିକ୍ଷକ ତଥା ପରିବେଶପ୍ରେମୀ ରବିନାରାୟଣ ସାମଲ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ପରିବେଶ ସୁରକ୍ଷାକୁ ଆମେ ଅଣଦେଖା କରୁଛୁ ବୋଲି କହିଥିଲେ। ପ୍ରଦୂଷିତ ପରିବେଶ ସମାଜ ପାଇଁ କେତେ କ୍ଷତିକାରକ ସମସ୍ତଙ୍କୁ ଏବେଠୁ ବୁଝିବାକୁ ପଡ଼ିବ। ନ ହେଲେ ଆମେ ଧରାପୃଷ୍ଠରେ ତିଷ୍ଠି ରହିବା ଅସମ୍ଭବ ହୋଇପଡ଼ିବ। ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଜନଆନ୍ଦୋଳନ ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ‘ସମ୍ବାଦ’ ରାଉରକେଲା ସଂସ୍କରଣ ମୁଖ୍ୟ ଲକ୍ଷ୍ମୀନାରାୟଣ ହୋତା ସଭା ସଂଯୋଜନା କରିବା ସହ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ରାଉରକେଲା ପ୍ରତିନିଧି ମଳୟ ରଞ୍ଜନ ସାହୁ ସ୍ବାଗତ ଭାଷଣ ଦେଇଥିବାବେଳେ ସହ ସମ୍ପାଦକ ଅଶୋକ କୁମାର ପାତ୍ର ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/09/29/sfsfsfxcxxc-2025-09-29-04-13-12.jpg)