ସୁଆଣ୍ଡୋ: ଗୁରୁବାର ସକାଳେ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କୁ ଦର୍ଶନ ପରେ ସତ୍ୟବାଦୀ ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଞ୍ଚିଥିଲେ। ସୁଆଣ୍ଡୋରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଷଠୀଘର ପରିଦର୍ଶନ କରିବା ସହ ସେ ଗୋପବନ୍ଧୁଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ତାଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସତ୍ୟବାଦୀ ବିଧାୟକ ଓଁପ୍ରକାଶ ମିଶ୍ର, ସାଂସଦ ସମ୍ବିତ ପାତ୍ର, ସାଂସଦ ପ୍ରତାପ ଷଡ଼ଙ୍ଗୀ ଉପସ୍ଥିତ ଥିଲେ ।
ସୁଆଣ୍ଡୋରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଲୋକଙ୍କ ସହ କଥା ହୋଇଥିଲେ । ଲୋକଙ୍କ ଭଲମନ୍ଦ ବୁଝିବା ସହ ବିଭିନ୍ନ ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ଦେବା ସହ ସେ କହିଥିଲେ ଆମ ସରକାର ଗରିବଙ୍କ ସରକାର, ଲୋକଙ୍କ ପାଖରେ ଆମେ ପହଞ୍ଚିବୁ ।
୫ ବର୍ଷ ଭିତରେ ୫୦ ବର୍ଷର ବଳକା କାମ ପୂରଣ କରିବୁ। ଚାଷୀଙ୍କୁ ମିଳିଥିବା ପ୍ରତିଶ୍ରୁତି ୧୦୦ ଦିନ ଭିତରେ ପୂରଣ କରିବୁ। ଆମ ସରକାର ଗରିବଙ୍କ ସରକାର। ଆମେ ଗରିବ ଯୋଗୁ କ୍ଷମତାକୁ ଆସିଛୁ । ଆମେ ରାଜ୍ୟର ଗରିବଙ୍କ ପାଇଁ କାମ କରିବୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/16a-2.jpg)