କୋଭିଡ୍‌ ପରିଚାଳନାରେ ଅସହଯୋଗ କରିବୁ: ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ

ଭୁବନେଶ୍ବର: ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ ଅବହେଳିତ, ଶୋଷିତ ହୋଇ ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିବା ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ‌ଯେ କୋଭିଡ୍‌-୧୯ ପରିଚାଳନା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ କରୋନା ଯୋଦ୍ଧା ଭାବେ ଘୋଷଣା କରାଯାଇ ନାହିଁ କିମ୍ବା ସ୍ବାସ୍ଥ୍ୟ ବୀମାରେ ସାମିଲ କରାଯାଇନି। ଏ ସମ୍ପର୍କରେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ସଚିବ, ନିର୍ଦେଶକଙ୍କୁ ୭ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ଯଦି ଆସନ୍ତା ୭ ଦିନ ମଧ୍ୟରେ ରାଜ୍ୟ ସରକାର କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଶିକ୍ଷକମାନେ କୋଭିଡ୍‌ ପରରିଚାଳନା କାର୍ଯ୍ୟରେ ଅସହଯୋଗ କରିବେ ବୋଲି ସଂଘର ମହାସଚିବ ବିଶ୍ବଜିତ୍‌ ବିଶ୍ବାଳ, ସଭାପତି ପଞ୍ଚାନନ ଜେନା, ସମ୍ପାଦକ ଅନ୍ତର୍ଯ୍ୟାମୀ ବେହେରା ପ୍ରମୁଖ ଆଜି ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି।

ସମ୍ବନ୍ଧିତ ଖବର