ଭୁତାଇଲା ଏନ୍ଏଚ୍ଏଆଇ : ବିପଦ ଫଳକ ମାରି କହୁଛି ପୋଲ ବିପଦମୁକ୍ତ

ସ୍ଥିତି ସଂପର୍କରେ ରିପୋର୍ଟ ମାଗିଲେ ଜିଲ୍ଲାପାଳ

ପୁରୀ : ନିଜେ ପୋଲ ବିପଦ ବୋଲି ଫଳକ ଲଗାଇଲେ। ଏହି ଫଳକ ଏବେ ବି ପୂର୍ବବତ୍ ଲାଗିରହିଛି। ଯିଏ ବି ଖାଲି ଆଖିରେ େଦଖିବ, େପାଲର ସ୍ଥିତି ଅତ୍ୟନ୍ତ ଦୟନୀୟ ଏକଥା େଦଖିପାରିବ। କିନ୍ତୁ ସମ୍ବାଦରେ ଏହି ଖବର ପ୍ରକାଶ ପାଇଲା ପରେ ଏହି ଫଳକ ଲଗାଇଥିବା ଜାତୀୟ ରାଜପଥ କର୍ତୃପକ୍ଷ ବା ଏନଏଚଏଆଇ ଏେବ େପାଲ ଦୁର୍ବଳ ଖବରକୁ ଫାଙ୍କିବାକୁ ଚେଷ୍ଟା କରିଛି। ଜିଲ୍ଲାପାଳଙ୍କୁ କହୁଛି, ପୁରୀ ସହରଠାରୁ ୫ କିଲୋମିଟର ଦୂରରେ ଥିବା କାଠପୋଲ ବିପଦମୁକ୍ତ।

ହେଲେ ପୁରୀ ଜିଲ୍ଲାପାଳ େଜ୍ୟାତିପ୍ରକାଶ ଦାସ କିନ୍ତୁ ଏଥିରେ ପ୍ରଭାବିତ ନ େହାଇ ଏହି ବ୍ରିଜର ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି। କେଉଁ ପରିସ୍ଥିତିରେ ପୋଲ ରହିଛି, ସେ େନଇ ଲିଖିତ ଭାବେ ଜଣାଇବାକୁ ନିେର୍ଦଶ େଦଇଛନ୍ତି। ଅନ୍ୟପକ୍ଷରେ ଏହାକୁ େନଇ ପୂର୍ତ ବିଭାଗ ମଧ୍ୟ ତନାଘନା ଆରମ୍ଭ କରିଛି। ଖୁବ୍ ଶୀଘ୍ର କିଛି େଗାଟାଏ େଠାସ୍ ପଦକ୍ଷେପ ନିଆଯିବ େବାଲି ପୂର୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀରେ ପୁରୀର ସ୍ଥାନ ସ୍ବତନ୍ତ୍ର। ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଦୈନନ୍ଦିନ ଲକ୍ଷ ଲକ୍ଷ ଲୋକ ଏଠାକୁ ଆସିଥାନ୍ତି। ରାଜଧାନୀ ପଟୁ ପୁରୀକୁ ସଡ଼କ ପଥରେ ଆସିବାର ଏକମାତ୍ର ଯୋଗାଯୋଗ ମାଧ୍ୟମ ହେଉଛି ପୁରୀ-ଭୁବନେଶ୍ବର ୩୧୬ ନଂ ଜାତୀୟ ରାଜପଥ। କିନ୍ତୁ ଯୋଗାଯୋଗ ନାଁରେ ଏନ୍ଏଚ୍ଏଆଇ ଏଠାରେ ମୃତ୍ୟୁଯନ୍ତା ବସାଇଛି।

ପୁରୀ-ଭୁବନେଶ୍ବର ଜାତୀୟ ରାଜପଥର ମାଳତୀପାଟପୁର ବସଷ୍ଟାଣ୍ଡ ନିକଟ କାଠପୋଲକୁ ବିପଦସଂକୁଳ ଅବସ୍ଥାରେ ଯାଆସ ପାଇଁ ଛାଡ଼ିଦେ‌ଇ ଲକ୍ଷ ଲକ୍ଷ ଲୋକଙ୍କୁ ମୃତ୍ୟୁ ମୁହଁକୁ କର୍ତୃପକ୍ଷ ଠେଲି ଦେଇଛନ୍ତି। ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ସମ୍ବାଦକୁ କହିଛନ୍ତି, ଆଜି କାଠପୋଲସ୍ଥିତ ବ୍ରିଜର ଏଭଳି ଅବସ୍ଥା ସଂପର୍କରେ ଖବର ପ୍ରକାଶ ପରେ ଏନଏଚଏଆଇ କର୍ତୃପକ୍ଷଙ୍କ ସହ ସେ ଆଲୋଚନା କରିଥିଲେ। କିନ୍ତୁ ଏନଏଚଏଆଇ ପୋଲକୁ ନେଇ ସେଭଳି କିଛି ବିପଦ ନଥିବ ଉତ୍ତର ରଖିଛି। ବ୍ରିଜ ତଳ ମାଟି ଖରାପ ଥିବାରୁ ପୋଲକୁ ବିପଦ ବୋଲି ଘୋଷଣା କରାଯାଇଛି। କିନ୍ତୁ ପ୍ରକୃତପକ୍ଷେ ପୋଲର ସେଭଳି ଅବସ୍ଥା ନାହିଁ ବୋଲି ଏନଏଚଏଆଇ ସଫେଇ ଦେଇଛି। ତଥାପି ଏ ସଂପର୍କରେ ସେ ଏନଏଚଏଆଇକୁ ରିପୋର୍ଟ ମାଗିଥିବା ଜିଲ୍ଲାପାଳ କହିଛନ୍ତି।

ଜାତୀୟ ରାଜପଥ କର୍ତୃପକ୍ଷଙ୍କ ଏଭଳି ମନ୍ତବ୍ୟ ପୁଣି ଏହି ପ୍ରସଙ୍ଗକୁ ବିବାଦୀୟ କରି େତାଳିଲାଣି। ଯଦି ବ୍ରିଜ ତଳ ମାଟି ସ୍ଥିତି ଖରାପ ଅଛି, ତେବେ କର୍ତୃପକ୍ଷ ସେ ଦିଗରେ କଣ କରିଛନ୍ତି? ମାଟି ତଳ ଯଦି ଦୁର୍ବଳ, ତେବେ ପୋଲ ବିପଦମୁକ୍ତ େହଲା କେମିତି? େପାଲର ବାଡା ଠାରୁ ଆରମ୍ଭ କରି ସ୍ଲାପ ପର୍ଯ୍ୟନ୍ତ ସବୁକିଛି ତାର ଦୁର୍ବଳ େଚହେରା ସଂପର୍କରେ ସଙ୍କେତ େଦଉଛି। ଏପରିସ୍ଥଳେ କର୍ତୃପକ୍ଷ ଫାଙ୍କି େଦଉଛନ୍ତି େକମିତି? ଯଦି ବିପଦମୁକ୍ତ, ତେବେ ସେଠାରେ ସୂଚନା ଫଳକ ଲଗାଇ କଣ ପ୍ରମାଣ କରିବାକୁ ଚାହୁଁଛନ୍ତି? ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଠିଲାଣି।

ସମ୍ବନ୍ଧିତ ଖବର