ଓଡ଼ିଶାରେ ଦୁର୍ବଳ ହୋଇଯାଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ : ଆଇଏମଡି

ଭୁବନେଶ୍ବର : ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହୋଇଯାଇଥିବା ଭାରତୀୟ ପାଣିପାଗ ବିଭାଗ କହିଛି । ଏହା ଫଳରେ ଚଳିତ ବର୍ଷ ରାଜ୍ୟରେ ବର୍ଷା ନିଅଣ୍ଟ ଦେଖାଯିବାର ଆଶଙ୍କା ସୃଷ୍ଟି ହୋଇଛି ।

ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ରିପୋର୍ଟ ଅନୁସାରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । ତେବେ ୨୫ ତାରିଖ ବେଳକୁ ରାଜ୍ୟର କିଛି ଜିଲ୍ଲା ଯେପରିକି ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର, ଭଦ୍ରକ, ସୁନ୍ଦରଗଡ଼, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହୋଇପାରେ ।

ତେବେ ଗତକାଲି ଘରୋଇ ପାଣିପାଗ ସଂସ୍ଥା କହିଥିଲା ଯେ ଆସନ୍ତା ୨୭ କିମ୍ବା ୨୮ ଆଡ଼କୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ଏହି ସମ୍ଭାବ୍ୟ ଲଘୁଚାପର ପ୍ରଭାବ ସୀମିତ ରହିବାର ସମ୍ଭାବନା ରହିଛି । ଏହା ସତ୍ତ୍ବ, ଏହି ଲଘୁଚାପ ପ୍ରଭାବରୁ ରାଜ୍ୟରେ ବର୍ଷା ନିଅଣ୍ଟ ସ୍ଥିତି ସୁଧୁରିବାର ସମ୍ଭାବନା ରହିଛି ।

ଚଳିତ ମାସରେ ସମଗ୍ର ଦେଶରେ ବର୍ଷା ଅଭାବ ଦେଖାଦେଇଛି । ତେବେ ଗତ କିଛି ଦିନ ହେଲା ମଧ୍ୟ ଓ ଉତ୍ତର ଭାରତରେ ଭଲ ବର୍ଷା ହୋଇଥିବାରୁ ନିଅଣ୍ଟ ପରିମାଣ କିଛିଟା ଭରଣା ହୋଇଛି । ଅଗଷ୍ଟ ୧ରୁ ୧୮ ମଧ୍ୟରେ ହାରାହାରି ୧୫୯.୯ ମିଲିମିଟର ବର୍ଷା ହୋଇଥାଏ । କିନ୍ତୁ ଚଳିତ ଅଗଷ୍ଟର ଏହି ସମୟରେ ଦେଶରେ ମାତ୍ର ୧୧୦ ମିଲିମିଟର ବର୍ଷା ହୋଇଛି, ଯାହାକି ୩୧ ପ୍ରତିଶତ କମ ।

ସମ୍ବନ୍ଧିତ ଖବର