ଭୁବନେଶ୍ବର : ଆଜିଠାରୁ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ଫଳରେ ଆସନ୍ତା ୫ ଦିନ, ରାଜ୍ୟର ତାପମାତ୍ରା ଅପେକ୍ଷାକୃତ କମ୍ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। କେନ୍ଦ୍ରର ସୂଚନାନୁଯାୟୀ, ଗତ ୨ଦିନ ଅପେକ୍ଷା ଶୁକ୍ରବାର ଦିନ ରାଜ୍ୟର ତାପମାତ୍ରା ଅପେକ୍ଷାକୃତ କମ୍ ରହିଥିଲା। ମାତ୍ର ୫ଟି ସହର ୪୦ ଡିଗ୍ରି ଅତିକ୍ରମ କରିଥିବା ବେଳେ ସର୍ବୋଚ୍ଚ ତାପମାତ୍ରା ବୌଦ୍ଧରେ(୪୨.୫ ଡିଗ୍ରି) ରେକର୍ଡ ହୋଇଥିଲା। ଗତକାଲି ଭଳି ଆଜି ମଧ୍ୟ ଉପକୂଳ ଓ ସଂଳଗ୍ନ ଅଞ୍ଚଳରେ ଦିନସାରା ପାଗ ମେଘୁଆ ରହିଥିଲା।
ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ଆଜି କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ଗଜପତି ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ପରେ ପରେ ରାଜ୍ୟରେ କାଳବୈଶାଖୀ ବର୍ଷାର ବିସ୍ତୃତି ବଢ଼ିବ। ୧୨ତାରିଖ ଦିନ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ବଲାଙ୍ଗୀର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଝଡ଼ବର୍ଷା ହେବ। ୧୪ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ଥିବାରୁ ବିଭିନ୍ନ ଜିଲ୍ଲା ପାଇଁ ଆସନ୍ତା ୪ଦିନ ପାଇଁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି।
Image Courtesy of India Todayଅପରପକ୍ଷେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଉ କିଛି ଅଞ୍ଚଳରେ ସକ୍ରିୟ ହେବା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି। ଆସନ୍ତା ୪୮ଘଣ୍ଟାରେ କେନ୍ଦ୍ରୀୟ ଆରବସାଗରର କିଛି ଅଞ୍ଚଳ, ଦକ୍ଷିଣ ମହାରାଷ୍ଟ୍ର ଓ କର୍ଣ୍ଣାଟକର କିଛି ଅଧିକ ଅଞ୍ଚଳ, ତାମିଲନାଡ଼ୁର ଅବଶିଷ୍ଟ ସ୍ଥାନ, ଦକ୍ଷିଣ ଆନ୍ଧ୍ରପ୍ରଦେଶର କିଛି ଅଞ୍ଚଳ, ପଶ୍ଚିମ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର କେତେକ ଅଞ୍ଚଳରେ ମୌସୁମୀ ସକ୍ରିୟ ହେବାର ସମ୍ଭାବନା ରହିଛି। ସେହିଭଳି ଏହା ପରବର୍ତ୍ତୀ ୨ଦିନରେ ମହାରାଷ୍ଟ୍ରର ଆଉ କିଛି ଅଞ୍ଚଳ, ସମ୍ପୂର୍ଣ୍ଣ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶର କିଛି ଅଧିକ ଅଂଶ ଓ ପଶ୍ଚିମ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ଆଉ କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/monsoon-clouds.jpg)