ସରିଲା ବର୍ଷା, ଏବେଠୁ ଖରା

ଭୁବନେଶ୍ବର : ବୁଧବାର ଦିନତମାମ୍‌ ରାଜ୍ୟରେ ଖରା, ଛାଇର ଲୁଚକାଳି ଖେଳ ଚାଲିଥିବା ବେଳେ କିଛି ଅଞ୍ଚଳରେ ବର୍ଷା ମଧ୍ୟ ହୋଇଯାଇଛି। ବିଶେଷ କରି କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି। ଆଜିଠାରୁ ରାଜ୍ୟ‌ର ପାଗ ବଦଳିବ। ପାଗ ଖରାଟିଆ ରହିବ ଓ ଖରା ଟାଣ ହେବ। ‌ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ।

ଆଜି କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, କୋରାପୁଟ, ମାଲକାନଗିରି ଓ ବାଲେଶ୍ବର ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏମିତି କାଁ ଭାଁ ବର୍ଷା ଲାଗି ରହିପା‌ରେ। ବର୍ତ୍ତମାନ ରାଜ୍ୟର ତାପମାତ୍ରା ଥଣ୍ଡା ଓ ଶୀତଳ ରହିଛି। ଆସନ୍ତା ୩ ଦିନରେ ରାଜ୍ୟର ତାପମାତ୍ରା ପାଖାପାଖି ୨ରୁ ୪ ଡିଗ୍ରି ଯାଏ ବୃଦ୍ଧିପାଇବ। ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଆସନ୍ତାକାଲି ହାଲୁକା ମେଘୁଆ ରହିପାରେ। ଅପରାହ୍ନ ଆଡ଼କୁ ବର୍ଷା ସମ୍ଭାବନା ବି ରହିଛି। ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୩ ଡିଗ୍ରି ମଧ୍ୟରେ ରହିବ।

ସମ୍ବନ୍ଧିତ ଖବର