ରାଜ୍ୟରେ ଆଜିଠୁ ୪ ଦିନ ଯାଏ ବର୍ଷା, ବିଜୁଳି ସହ କିଛି ସ୍ଥାନରେ ଝଡ଼ବର୍ଷା ହେବାର ମଧ୍ୟ ସମ୍ଭାବନା

ଭୁବନେଶ୍ବର : ସାରା ରାଜ୍ୟରେ ଆଜି ଠାରୁ ୪ଦିନ ବର୍ଷା ହେବ। ବିଜୁଳି ସହ କିଛି ସ୍ଥାନରେ ଝଡ଼ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଆସନ୍ତାକାଲି କୋରାପୁଟ, କଳାହାଣ୍ଡି, ରାୟଗଡ଼ା, କନ୍ଧାମାଳ, ନବରଙ୍ଗପୁର, ବଲାଙ୍ଗୀର, ଗଞ୍ଜାମ, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର କେତେକ ସ୍ଥାନରେ ବର୍ଷା ‌ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ସେହିପରି ୧୯ ଓ ୨୦ ତାରିଖରେ ନୂଆପଡ଼ା, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ନୟାଗଡ଼, ଖୋର୍ଧା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଭଦ୍ରକ ଆଦି ଜିଲ୍ଲାର କେତେକ ସ୍ଥାନରେ ଝଡ଼ବର୍ଷା ହେବ। ଏହି ସମୟରେ ୪୦ରୁ ୫୦ କିମି ବେଗରେ ପବନ ବହିବ। ୨୨ ତାରିଖ ସକାଳ ଯାଏଁ ବର୍ଷା ଲାଗି ରହିବା‌ର ସମ୍ଭାବନା ରହିଛି। ୨୧ ଓ ୨୨ ତାରିଖରେ ରାୟଗଡ଼ା, ଗଜପତି, ଗଞ୍ଜମ, କନ୍ଧମାଳ, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବାଲେଶ୍ବର, କଟକ ଓ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବ। ଏହି ସମୟରେ ରାଜ୍ୟର ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରାରେ ବି‌ଶେ‌ଷ ପରିବର୍ତ୍ତନ ଦେଖାଯିବ ନାହିଁ। ଅପରପକ୍ଷେ ଗତ ୩୬ ଘଣ୍ଟା ମଧ୍ୟରେ କଟକ ଓ ପାରାଦୀପରେ ହାଲୁକା ବର୍ଷା ହୋଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର