ସୋନପୁର ତତଲା, ଫୁଲବାଣୀ ଥଣ୍ଡା

ଭୁବନେଶ୍ୱର : ସାରା ରାଜ୍ୟରେ ବଢ଼ିଚାଲିଛି ତାତି। ଗତକାଲି ରାଜଧାନୀରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଆଜି ରାଜ୍ୟର ୪ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରି ପାର ହୋଇଛି। ସୋନପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୬.୪ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱର ଓ ମାଲକାନଗିରିରେ ୩୬.୨ ଡିଗ୍ରି ଲେଖାଏ ରହିଥିଲା। ବାଲେଶ୍ୱରର ତାପମାତ୍ରା ବି ଇତିମଧ୍ୟରେ ୩୬.୧ ଡିଗ୍ରିରେ ପହଞ୍ଚିଛି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ଦେଖିବାକୁ ମିଳିଛି ଫୁଲବାଣୀରେ। ଏଠାରେ ସର୍ବନିମ୍ନ ତାପମାତ୍ରା ଏବେ ବି ୧୦ ଡିଗ୍ରି ତଳେ ରହୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଏହି ସହରରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରି ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସକାଳ ସମୟରେ ଏଠାକାର ସର୍ବୋଚ୍ଚ ତାପମାତ୍ରା ୩୨.୮ ଡିଗ୍ରି ରହିଥିଲା। ପୂର୍ବାହ୍ନ ୧୧ଟାରୁ ତାତି ଅନୁଭୂତ ହେଉଥିବା ବେଳେ ବେଳେ ମଧ୍ୟରାତିରେ ପାରଦ ତଳକୁ ଖସୁଥିବାରୁ ଥଣ୍ଡା ହେଉଛି।

ଏବେ ସୁଦ୍ଧା କେବଳ ପାରାଦ୍ୱୀପକୁ ଛାଡି ଅନ୍ୟ ସମସ୍ତ ସହରରେ ପ୍ରବଳ ତାତି ଅନୁଭୂତ ହେଉଛି। ପାରାଦ୍ୱୀପ ଓ ଦାରିଙ୍ଗବାଡ଼ି ବ୍ୟତୀତ ଆଜି ଅନ୍ୟ ସବୁଠି ତାପମାତ୍ରା ୩୧ ଡିଗ୍ରି ଉପରକୁ ଚାଲିଯାଇଛି। ଆସନ୍ତା ମାର୍ଚ୍ଚ ୧ ପର୍ଯ୍ୟନ୍ତ ତାପମାତ୍ରା ସେମିତି ବୃଦ୍ଧି ପାଇବ। ତାପମାତ୍ରାରେ କୌଣସି ଫରକ ଆସିବ ନାହିଁ। କେତେକ ସ୍ଥାନରେ ସର୍ବେର୍ାଚ୍ଚ ତାପମାତ୍ରା ୪୦ ଡିଗ୍ରି ଛୁଇଁବାର ବି ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର