ଆଗାମୀ ୫ଦିନ କମ ରହିବ ବର୍ଷାର ପରିମାଣ, ସେପ୍ଟେମ୍ବର ୩ରୁ ପ୍ରବଳ ବର୍ଷା

ଭୁବନେଶ୍ବର: ଗତ କିଛି ଦିନ ହେଲାଣି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପାଇଁ ରାଜ୍ୟରେ ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ଲାଗି ରହିଥିବା ବେଳେ ଆଗାମୀ ୫ଦିନ ପାଇଁ ଭାରତ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୩ପର୍ଯ୍ୟନ୍ତ ରାଜ୍ୟରେ ସ୍ପଳ୍ପରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ଥିବା ବେଳେ ୩ରୁ ୪ତାରିଖ ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Times of India

କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ରାୟଗଡ଼ା ଓ କୋରାପୁଟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭାରତ ପାଣିପାଗ ବିଭାଗ। ଆଗାମୀ ୨୪ଘଣ୍ଟାରେ ଭୁବନେଶ୍ବରରେ ସାଧାରଣତଃ ଆକାଶ ମେଘୁଆ ରହିବା ସହ କିଛି କିଛି ସ୍ଥାନରେ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି | ଏହି ସମୟରେ ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୩୩ ଡିଗ୍ରି ସେଣ୍ଟିଗ୍ରେଡ ଏବଂ ୨୫ଡିଗ୍ରି ସେଣ୍ଟିଗ୍ରେଡ ରହିବ ବୋଲି ଆକଳନ କରାଯାଇଛି।

ସମ୍ବନ୍ଧିତ ଖବର