ଭୁବନେଶ୍ବର: ରାଜ୍ୟରେ ବର୍ଷା ହେଉନଥିବା କାରଣରୁ ତାତି ଅସହ୍ୟ ହେବାରେ ଲାଗିଛି। ସାଧାରଣତଃ ମାର୍ଚ୍ଚ ମାସରୁ ମେ ମାସ ମଧ୍ୟରେ ରାଜ୍ୟରେ ଅନୁଭୂତ ହେଉଥିବା କାଳବୈଶାଖୀ ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ। ମାତ୍ର ଚଳିତବର୍ଷ ଫେବ୍ରୁଆରିରେ ୮୯% କମ ବର୍ଷା, ମାର୍ଚ ମାସରେ ୯୬% କମ ଏବଂ ଅପ୍ରେଲ ୨୦ ସୁଦ୍ଧା ୮୯% କମ ବର୍ଷା ହୋଇଥିବା ସୂଚନା ରହିଛି। ଅର୍ଥାତ ରାଜ୍ୟରେ ଚଳିତବର୍ଷ କାଳବୈଶାଖୀର ପ୍ରଭାବ କମିଥିବା ହେତୁ ଉଷ୍ମତା ବୃଦ୍ଧି ପରିଲିକ୍ଷିତ ହେଉଛି। ଦୁଇ ଦିନ ପୂର୍ବରୁ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେଇଥିବାରୁ ସେଠି ବର୍ତ୍ତମାନ ତାପମାତ୍ରା ଟିକେ କମ୍ ରହିଛି।
/sambad/media/post_attachments/wp-content/uploads/2022/04/istockphoto-453477435-612x612-1.jpg)
ଉତ୍ତର-ପଶ୍ଚିମ ତଥା କେନ୍ଦ୍ରୀୟ ଭାରତର ଭୁଭାଗରେ ପଶ୍ଚିମା ବାୟୁ ପ୍ରଭାବରେ ଉତ୍ତପ୍ତ ହେବାରେ ଲାଗିଛି। ଫଳସୁରୂପ ଏହି ଅଂଚଳରୁ ଉତ୍ତର-ପଶ୍ଚିମ ଦିଗରେ ରହିଥିବା ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଶୁଷ୍କ ଏବଂ ଉତ୍ତପ୍ତ ବାୟୁ ପ୍ରବାହ ଧୀରେ ଧୀରେ ଶକ୍ତିଶାଳୀ ହେଉଛି। ତା ଛଡା ସାମୁଦ୍ରିକ ବାୟୁ ପ୍ରବାହର ପ୍ରକୋପ ମଧ୍ୟ ଦୁର୍ବଳ ରହିଛି। ଯାହାଫଳରେ ରାଜ୍ୟରେ ଉପକୂଳରୁ ଅଭ୍ୟନ୍ତରୀଣ ଯାଏ ଉଷ୍ମତା ବୃଦ୍ଧି ପାଉଛି ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କ ଦାସ ସୂଚନା ଦେଇଛନ୍ତି।
ଆଜି ଦିନ ୨.୩୦ ସୁଦ୍ଧା ରେକର୍ଡ ତାପମାତ୍ରା
ଭୁବନେଶ୍ୱର: ୪୧.୨ ଡ଼ିଗ୍ରୀ
ସମ୍ବଲପୁର: ୪୦.୨ ଡ଼ିଗ୍ରୀ
ଚାନ୍ଦବାଲି: ୪୦ ଡ଼ିଗ୍ରୀ
ଝାରସୁଗୁଡା: ୩୯.୫ଡ଼ିଗ୍ରୀ
ହୀରାକୁଦ: ୩୮.୮ଡ଼ିଗ୍ରୀ
କେନ୍ଦୁଝର: ୩୮.୬ଡ଼ିଗ୍ରୀ
ବାଲେଶ୍ୱର: ୩୭.୪ଡ଼ିଗ୍ରୀ
ପୁରୀ: ୩୨.୪ଡ଼ିଗ୍ରୀ
ପାରାଦ୍ୱୀପ: ୩୨.୨ଡ଼ିଗ୍ରୀ
ଗୋପାଳପୁର: ୨୯.୮ଡ଼ିଗ୍ରୀ— Meteorological Centre, Bhubaneswar (@mcbbsr) April 23, 2022