ଭୁବନେଶ୍ୱର : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ତେବେ, ବର୍ତ୍ତମାନ ବଙ୍ଗୋପସାଗରରେ ଥିବା ଲଘୁଚାପର କେନ୍ଦ୍ରସ୍ଥଳ ଉତ୍ତର-ପଶ୍ଚିମ ମଧ୍ୟପ୍ରଦେଶ ଏବଂ ପଡ଼ୋଶୀ ଅଞ୍ଚଳ ଉପରେ ଅବସ୍ଥିତ ରହିଛି। ଆସନ୍ତା ୨ ଦିନ ମଧ୍ୟରେ ଏହା ରାଜସ୍ଥାନ ଦେଇ ପଶ୍ଚିମ ଦିଗକୁ ଯିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି | ଏହାର ପ୍ରଭାବରେ ଆସନ୍ତା ୨୩, ୨୪,୨୫,୨୬ ଏବଂ ୨୭ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବ। ବିଶେଷକରି ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏଭଳି ସୂଚନା ଦିଆଯାଇଛି।

Advertisment

ପୂର୍ବାନୁମାନ କରାଯାଇଛି ଯେ ଅଗଷ୍ଟ ୨୪ ରେ ବଙ୍ଗୋପସାଗରର ଉତ୍ତର ଉପକୂଳରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହେବାକୁ ଥିବାରୁ ୨୪ରୁ ପୂର୍ବ ଭାରତ ଏବଂ କେନ୍ଦ୍ରୀୟ ଭାରତରେ ପ୍ରବଳ ବର୍ଷା ହେବ।  ଫଳରେ ରାଜ୍ୟରେ ଆଜି ଠାରୁ ବର୍ଷା ଆରମ୍ଭ ହୋଇଯିବ। ଆଜି ୧ଟା ୩୦ମିନିଟରୁ ଆସନ୍ତାକାଲି ୮ଟା ୩୦ମିନିଟ ମଧ୍ୟରେ ଉତ୍ତର ଓଡ଼ିଶା, ଦକ୍ଷିଣ ଉପକୂଳ ଓଡିଶା ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ | ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଜଗତସିଂହପୁର, କେନ୍ଦୁଝର ଏବଂ ଦେବଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Heavy showers predicted in Kerala till June 9 | Heavy rain| Heavy ... Mathrubhumi English

ସେହିଭଳି ୨୩ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର , ଭଦ୍ରକ, ଯାଜପୁର, କଟକ, ମୟୂରଭଞ୍ଜ, ଢେଙ୍କାନାଳ, କେନ୍ଦୁଝର, କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି |

ସେହିଭଳି ୨୪ତାରିଖ ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା କଟକ, ଜଗତସିଂହପୁର, ଢେଙ୍କାନାଳ, କେନ୍ଦୁଝର, ଅନୁଗୁଳ ଏବଂ ମୟୂରଭଞ୍ଜ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଦେବଗଡ଼ , ସୁନ୍ଦରଗଡ, କଳାହାଣ୍ଡି ଏବଂ  କନ୍ଧମାଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

୨୫ରୁ ୨୬ ତାରିଖ ଯାଏ ଓଡ଼ିଶାର ପ୍ରାୟ ସବୁ ଅଞ୍ଚଳରେ ଭୀଷଣ ବର୍ଷା ହେବ ବୋଲି ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ହେତୁ, ବଙ୍ଗୋପସାଗରର ଉତ୍ତର ଉପକୂଳ ଏବଂ ଓଡିଶା ତଟବର୍ତ୍ତୀ ଅଞ୍ଚଳରେ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି | ଏ ନେଇ ମତ୍ସ୍ୟଜୀବୀମାନଙ୍କୁ ଅଗଷ୍ଟ ୨୫ରୁ ୧୭ତାରିଖ ମଧ୍ୟରେ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି |