ଉତ୍ତର -ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ , ଆସନ୍ତା ୩ ଦିନ ଯାଏଁ ଉପକୂଳ ଓଡ଼ିଶାରେ କୋହଲା ପାଗ

ଆଜି  ଉତ୍ତର -ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଆସନ୍ତା ୩ ଦିନ ଯାଏଁ ଉପକୂଳ ଓଡ଼ିଶାରେ କୋହଲା ପାଗ ରହିବା ସହ କିଛି ଅଂଚଳରେ ବର୍ଷା ହୋଇପାରେ । ସେହିଭଳି ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ପବନ ବୋହିବା ସମ୍ଭାବନା ରହିଛି । କେରଳରେ ଆସନ୍ତା ୪୮ ଘଂଟା ମଧ୍ୟରେ ମୌସୁମୀ ଛୁଇଁବା ସମ୍ଭାବନା ରହିଛି। ଓଡ଼ିଶାରେ ୮ ଓ ୯ରେ ବର୍ଷା ସମ୍ଭାବନା ରହିଛି । ଉତ୍ତର ଓ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ଏବଂ ୧୦ ତାରିଖ ଯାଏ  ଏଭଳି ପାଗ ଲାଗି ରହିବ ବୋଲି ସୂଚନା ମିଳିଛି ।

ଅନୁକୂଳ ପରିବେଶ ସୃଷ୍ଟି ମୌସୁମୀ କେରଳ ଛୁଇଁବ ବୋଲି ପାଣିପାଗ ବିଭାଗ କହିଛି । ତେବେ ମୌସୁମୀର ଏପରି ସ୍ଥିତି ରହିଲେ ସାରା ଭାରତରେ ବିଳମ୍ବରେ ବର୍ଷା ହେବ ବୋଲି ଅନୁମାନ କରାଯାଉଛି । ସ୍କାଏମେଟ ଏବଂ ଆଇଏମଡିର ରିପୋର୍ଟ ଅନୁସାରେ, ୧୦ ତାରିଖରେ ମୌସୁମୀ ଓଡ଼ିଶା ଛୁଇଁବାର ଆକଳନ କରାଯାଇଥିଲା । ତେବେ ମୌସୁମୀ ଆସିବା ପାଇଁ ସୃଷ୍ଟି ହୋଇନଥିଲା ଅନୁକୁଳ ପରିବେଶ ।

photo-oneindia

ଏବେ କେରଳରେ ଲଗାତାର ବର୍ଷା ହେବା ଏବଂ ଉପକୂଳ ଓଡ଼ିଶାରେ ସାମାନ୍ୟ ବର୍ଷା, ମୌସୁମୀ ଆଗମନର ସୂଚନା ଦେଉଛି ବୋଲି କହିଛି ସ୍କାଏମେଟ । ଆସନ୍ତା ୨୪ଘଂଟା ମଧ୍ୟରେ କେରଳ, କର୍ଣ୍ଣାଟକ, ପୂର୍ବ ଭାରତ ଏବଂ ଲାକ୍ଷାଦୀପର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏହାଛଡା ଉପକୂଳ ଓଡ଼ିଶାରେ ମଧ୍ୟ ବର୍ଷା ହେବାର ଆକଳନ କରିଛି ସ୍କାଏମେଟ । ସେହିପରି ପଶ୍ଚିମବଙ୍ଗ, ଆନ୍ଧ୍ର ଉପକୂଳ, ଆଣ୍ଡାମାନ ନିକୋବର ଦ୍ୱୀପ ସମୁହ, ଜାମ୍ମୁ କାଶ୍ମୀର ଏବଂ ହିମାଚଳ ପ୍ରଦେଶରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି ।

ସମ୍ବନ୍ଧିତ ଖବର