ଗ୍ରୀଷ୍ମପ୍ରବାହ ପାଇଁ ରାଜ୍ୟର ୭ଟି ଜିଲ୍ଲାରେ ଜାରି ହେଲା ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ଗ୍ରୀଷ୍ମପ୍ରବାହ ପାଇଁ ସତର୍କ ସୂଚନା ଜାରି ହୋଇଛି। ଆଜି ୭ ଟି ଜିଲ୍ଲାରେ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହି ଜିଲ୍ଲାଗୁଡ଼ିକ ହେଲା ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର ଏବଂ ନୟାଗଡ଼। ଏଣେ ଆସନ୍ତାକାଲି ୫ ଟି ଜିଲ୍ଲା ପାଇଁ ବି ୟେଲୋ ଓ୍ବାର୍ଣ୍ଣି ଜାରି ହୋଇଛି। ଅନୁଗୁଳ, ସୋନପୁର, ବୌଦ୍ଧ ଓ ସମ୍ବଲପୁରରେ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ଜଣାଯାଇଛି। ଏସବୁ ଜିଲ୍ଲାରେ ଆଜି ବି ତାପମାତ୍ରା ୪୦ ଡିଗ୍ରି ଉପରେ ହେବାର ସମ୍ଭାବନା ରହିଛି। ସାମୁଦ୍ରିକ ବାୟୁ ପ୍ରବେଶ କରିବାରୁ ଉପକୂଳରେ ତାପମାତ୍ରା ତାପମାତ୍ରା ହ୍ରାସ ହେଉଛି।

photo by : dnaindia.com

ସୂଚନାଯୋଗ୍ୟ, ଗତକାଲି ରାଜ୍ୟର ୩ଟି ସ୍ଥାନରେ ୪୦ ଡିଗ୍ରି ଉପରେ ରହିଥିଲା ତାପମାତ୍ରା। ବଲାଙ୍ଗୀରରେ ୪୦.୫, ଟିଟିଲାଗଡ଼ରେ ୪୦.୨ ଓ ଅନୁଗୁଳରେ ୪୦ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିଲା। ବଲାଙ୍ଗୀରରେ ସ୍ବାଭାବିକ ତାପମାତ୍ରାଠାରୁ ୫.୧ ଡିଗ୍ରି ଅଧିକ ତାପମାତ୍ରା ଥିଲା। ଆଭ୍ୟନ୍ତରୀଣ ଓଡ଼ିଶାରେ ୪.୫ ଡିଗ୍ରିରୁ ଅଧିକ ତାପମାତ୍ରା ରହୁଥିବା ଜଣାଯାଇଛି। ଆଜି ଓ କାଲି ଦୁଇ ଦିନ ଯାଏ ତାପମାତ୍ରା ଏଭଳି ରହିବ। ଦୁଇ ଦିନ ପରେ ସମୁଦ୍ର ମଧ୍ୟରୁ ଶୀତଳ ଏବଂ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଧୀରେ ଧୀରେ ଓଡ଼ିଶା ଭିତରକୁ ପ୍ରବେଶ କରିବ ଏବଂ ଏହାର ପ୍ରଭାବରେ ତାପମାତ୍ରା କମିବ।

ସମ୍ବନ୍ଧିତ ଖବର