ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲାଗିରହିବ ବର୍ଷା

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ଧରଣର ବୃଷ୍ଟିପାତ ଲାଗି ରହିବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଆସନ୍ତା ୩୦ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଉତ୍ତର-ପୂର୍ବ ବିଦର୍ଭ ଅଞ୍ଚଳରେ ସୃଷ୍ଟ ସାଇକ୍ଲୋନିକ ସାର୍କୁଲେସନ ,ମେଘାଳୟ ଓ ଛତିଶଗଡ଼ ଉପରେ ସୃଷ୍ଟ ଟ୍ରଫ ଲାଇନ ପ୍ରଭାବର ବର୍ଷା ହେବ । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲା ପାଇଁ ଅରେଞ୍ଜ ଓ୍ୱାର୍ଣିଂ ଓ କେତେକ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣିଂ ଜାରି କରାଯାଇଛି ।

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଉପକୂଳ ଜିଲ୍ଲା, କେନ୍ଦୁଝର, ମୟୁରଭଞ୍ଜ,ରାୟଗଡ଼ା,ପୁରୀ, ଗଜପତି, କୋରାପୁଟ ଓ ସୁନ୍ଦରଗଡ଼ ଆଜି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହ ବଜ୍ରପାତ ଓ ୫୦ରୁ୬୦ କିମି ବେଗରେ ପବନ ବହିପାରେ । ପରବର୍ତ୍ତୀ ଦୁଇ ଦିନରେ ସୋନପୁର, ଅନୁଗୁଳ, ଢେଙ୍କାନାଳ,କଟକ, ଯାଜପୁର,ଭଦ୍ରକ,ବାଲେଶ୍ୱର,ମୟୁରଭଞ୍ଜ,କେନ୍ଦ୍ରାପଡ଼ା,ପୁରୀ,ଜଗତସିଂପୁର,କନ୍ଧମାଳ ଆଦି ଜିଲ୍ଲାରେ ବର୍ଷା ହେବା ସହ ବଜ୍ରପାତ ଓ ୫୦ରୁ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ପରବର୍ତ୍ତୀ ଦୁଇଦିନରେ ମଧ୍ୟ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଓ କେତେକ ଜିଲ୍ଲାରେ ବର୍ଷା , ବଜ୍ରପାତ ଓ ୫୦ରୁ୬୦ କିମି ବେଗରେ ପବନ ବୋହିପାରେ । ୩୦ ତାରିଖ ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ ବୋଲି ବିଭାଗ କହିଛି ।

ସମ୍ବନ୍ଧିତ ଖବର