୨୩ ତାରିଖରୁ ବର୍ଷା, ଏହିସବୁ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ଦୁଇଦିନ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । କିନ୍ତୁ ୨୩ ତାରିଖଠାରୁ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗ ଦ୍ୱାରା କରାଯାଇଥିବା ପୂର୍ବାନୁମାନ ଅନୁସାରେ ଆସନ୍ତା ୨୩ ଓ ୨୪ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲା ଯଥା ଝାରସୁଗୁଡ଼ା,ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ,ଅନୁଗୁଳ, ଢେଙ୍କାନାଳ ଓ ନୟାଗଡ଼ ଆଦି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହୋଇପାରେ । ସେହିପରି ୨୫ ଓ ୨୬ ତାରିଖରେ ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଦିନଗୁଡ଼ିକ ପାଇଁ ବିଭାଗ ପକ୍ଷରୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ବର୍ଷା ହେବା ପରେ ଏସବୁ ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ ହ୍ରାସ ପାଇବା ସମ୍ଭାବନା ରହିଛି । ପରବର୍ତ୍ତୀ ଦିନଗୁଡ଼ିକରେ ପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।

ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ଓ ଦକ୍ଷିଣ-ପୂର୍ବ ଦିଗରୁ ସ୍ଥଳଭାଗକୁ ଜଳୀୟବାଷ୍ପ ଭରା ବାୟୁପ୍ରବାହ ଯୋଗୁଁ ବର୍ଷା ହେବ ବୋଲି ବିଭାଗ କହିଛି ।

ସମ୍ବନ୍ଧିତ ଖବର