ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତଲହରୀ ଜାରି, ୨୮ରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରବିବାର ସାଧାରଣତନ୍ତ୍ର ଦିବସରେ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବ । ଅନୁଗୁଳ,ଝାରସୁଗୁଡ଼ା, ସୋନପୁର,ବଲାଙ୍ଗୀର, ଦେଓଗଡ଼ ଜିଲ୍ଲାରେ ଶୀତ ଅନୁଭୂତ ହେବ । ଅନ୍ୟ ଜିଲ୍ଲାଗୁଡ଼ିକରେ ତାପମାତ୍ରା ସ୍ୱାଭାବିକ ରହିବ ବୋଲି ଭାରତୀୟ ପାଣିପାଗ ପକ୍ଷରୁ କୁହାଯାଇଛି । କେତେକ ଜିଲ୍ଲାରେ ଘନ କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି ।

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୨୮ ତାରିଖ ବେଳକୁ ରାଜ୍ୟର କେତେକ ଜିଲ୍ଲାରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଏସବୁ ଜିଲ୍ଲା ହେଉଛନ୍ତି କଟକ, ଅନୁଗୁଳ,ଢେଙ୍କାନାଳ,ଭଦ୍ରକ,ଯାଜପୁର,କେନ୍ଦ୍ରାପଡ଼ା, ଝାରସୁଗୁଡ଼ା,ମୟୁରଭଞ୍ଜ ଓ କେନ୍ଦୁଝର । ତେବେ ଭୁବନେଶ୍ୱରରେ ବର୍ଷାର ସମ୍ଭାବନା କମ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଟିଟିଲାଗଡ଼ରେ ସର୍ବାଧିକ ୩୧ ଡିଗ୍ରୀ ତାପମାତ୍ରା ଓ ଅନୁଗୁଳରେ ସର୍ବନିମ୍ନ ୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ଆଗାମୀ କିଛି ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାରେ ଶୀତ ଲହରୀ ଅବ୍ୟାହତ ରହିବ । ତେବେ ଫେବ୍ରୁଆରି ପ୍ରଥମ ସପ୍ତାହରୁ ଶୀତ କମିବା ଆରମ୍ଭ କରିବ ।

ସମ୍ବନ୍ଧିତ ଖବର